+୨ ବିଜ୍ଞାନ ବିଭାଗରେ ବସ୍ତା ବ୍ଲକ୍ ଟପ୍ପରଙ୍କୁ ଏଞ୍ଜେଲ ଟିଉଟୋରିଆଲ ତରଫରୁ ସମ୍ବର୍ଦ୍ଧନା


ବାଲେଶ୍ୱର (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲା ବସ୍ତା ବ୍ଲକ୍ ଅନ୍ତର୍ଗତ ଅମର୍ଦ୍ଦାରୋଡ଼ ସିଦ୍ଧେଶ୍ବର ମହାବିଦ୍ଯାଳୟର ବ୍ଲକ୍ ଟପ୍ପର +୨ ବିଜ୍ଞାନ କୃତୀ ଛାତ୍ର ମୃତ୍ୟୁଞ୍ଜୟ ଜେନାଙ୍କୁ ଏଞ୍ଜେଲ ଟିଉଟୋରିଆଲ ପକ୍ଷରୁ ରବିବାର ସମ୍ବର୍ଦ୍ଧନା କରାଯାଇଅଛି।ଏହି ସମ୍ବର୍ଦ୍ଧନା ଉତ୍ସବରେ ଡ଼ିଭାଇନ ମେସ ଏନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଟିଉଟୋରିଆଲ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାଳିକଙ୍କ ସଭାପତିତ୍ବରେ ବରିଷ୍ଠ ଶିକ୍ଷାବିତ୍ ରବୀନ୍ଦ୍ର କୁମାର ପାଣିଗ୍ରାହୀ ସଭାପତି ଭାବେ ଯୋଗ ଦେଇ କୃତୀ ଛାତ୍ରଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।କୃତୀ ଛାତ୍ର ମୃତ୍ୟୁଞ୍ଜୟ ଜେନା ଚଳିତ ବର୍ଷ +୨ ବିଜ୍ଞାନ ବିଭାଗରେ ସିଦ୍ଧେଶ୍ବର ମହାବିଦ୍ଯାଳୟରେ ୬୦୦ ମାର୍କରୁ ୫୧୦ ନମ୍ବର ରଖି କଲେଜ ଟପ୍ପର ହେବା ସହିତ ବସ୍ତା ବ୍ଲକ୍ ଟପ୍ପର ହୋଇଛନ୍ତି।କୃତୀ ଛାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ନିଜର ପରିଶ୍ରମ ତଥା ସିଦ୍ଧେଶ୍ବର ମହାବିଦ୍ଯାଳୟର ଅଧ୍ୟକ୍ଷ,ଅଧ୍ୟାପକ ଓ ପରିବାର ତଥା ବନ୍ଧୁବର୍ଗଙ୍କର ଭଲପାଇବା ଏବଂ ସର୍ବୋପରି ଡ଼ିଭାଇନ ଏଞ୍ଜେଲ ଟିଉଟୋରିଆଲ ପରିଚାଳକ ମାନଙ୍କର ପଢା ଶୈଳି ସ୍ବତନ୍ତ୍ର ଥିବାରୁ ଏହି ସଫଳତା ପାଇଁ କୃତିତ୍ବ ଅର୍ଜନ କରିପାରିଛି।ଭବିଷ୍ୟତରେ ଭଲ ପାଠ ପଢି ଇଞ୍ଜିନିୟର ହୋଇ ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅବନୀ ପଣ୍ଡା,ଅଶ୍ବିନୀ ମହାନ୍ତି,ପ୍ରଣବ ସେଠୀ,ଦେବାଶିଷ ରଣା,ଅନୀଲ ଭୂୟାଁ,କ୍ଷେତ୍ରମୋହନ ପାଣିଗ୍ରାହୀ,ଉଜ୍ଜଳ କୁମାର ଗିରି,ଏସ କେ ଆଜାରୁଦ୍ଦିନ , ଜ୍ୟୋତିର୍ମୟୀ ଜେନା ,ସରୋଜ କୁମାର ଜେନା ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେବା ସହିତ କୃତୀ ଛାତ୍ରଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ରାଜକୁମାର ମଣ୍ଡଳ,ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ମାମୁନି କାମିଳା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post