ସିନାପାଲି ୨୦/୦୬(ପରମେଶ୍ୱର ମେହେର) ଅଣସର ସାରି ଗତକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ପରେ ଆଜି ସିନାପାଲିରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏ ଅବସରରେ ରଥ ଟାଣିବାକୁ ଆଖପାଖ ଅଂଚଳ ତଥା ପଡ଼ୋଶୀ ଛତିଶଗଡ଼ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳୁ ରୀତିନୀତି ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା । ଅପରାହ୍ଣରେ ଶ୍ରୀଜିଉଙ୍କ ପହଣ୍ତି ବିଜେ ପରେ ଡ.ବିକାଶ ମେହେରଙ୍କ ଦ୍ୱାରା ତିନି ରଥରେ ଛେରାପହରା କରାଯାଇ ରଥଟଣା ଯାଇଥିଲା । ରଥଯାତ୍ରାରେ ପାରମ୍ପରିକ ସଂପ୍ରଦା, ସଂକିର୍ତ୍ତନ, ଘଣ୍ଟ ବାଦ୍ଯ ସହ ଶ୍ରଦ୍ଧାଳୁଙ୍କ ହରିବୋଳ, ହୁଳହୁଳିରେ ସମଗ୍ର ପରିବେଶ ଉଲ୍ଲସିତ ହୋଇଥିଲା । ଏଠାକାର ପରମ୍ପରା ଅନୁସାରେ ମାଁ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣିଟାଣି ନେଇ ମାଉସୀ ମାଆ ମନ୍ଦିରରେ ପହଂଚାଇ ଥିଲେ । ସୂଚନାଯୋଗ୍ଯ ଯେ ପୁରୀ ଗଜପତିଙ୍କ ଦ୍ୱାରା ସିନାପାଲିରେ ଭବ୍ଯ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିନ ଠାରୁ ଏଠାରେ ଆକର୍ଷଣୀୟ ତିନୋଟି ରଥ ଟଣା ଯିବା ସହ ଶ୍ରୀକ୍ଷେତ୍ରର ରୀତିନୀତି ଅନୁଯାୟୀ ଶ୍ରୀଜିଉଙ୍କ ସମସ୍ତ କାର୍ଯ୍ଯ ସଂପନ୍ନ କରାଯାଇ ଆସୁଛି । ରଥଯାତ୍ରାରେ ପ୍ରବଳ ଭିଡ଼କୁ ଦେଖି ମନ୍ଦିର କମିଟି ତରଫରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ବ୍ଯବସ୍ଥା କରାଯାଇଥିଲା ା ଏଥିସହ ଏହି ବ୍ଲକ ଅନ୍ତର୍ଗତ ହାତୀବନ୍ଧା, କେନ୍ଦୁମୁଣ୍ତା, ବ୍ରାହ୍ମଣପଡ଼ା, ପତିଏଲପଡ଼ା, ଚଳନା, ଗୋର୍ଲା, ସାଗୁନଭାଡ଼ି, ଟିମନପୁର, ଜାମଗାଁ, ଅରସାପଡ଼ା, ଗଣ୍ତାବାହାଳି, ବରଗାଁ, ଗମ୍ଭାରିଗୁଡ଼ା, ସିଙ୍ଗଝର ଆଦି ଗ୍ରାମରେ ମଧ୍ଯ ଶାନ୍ତିଶୃଙ୍ଖଳାରେ ରଥଯାତ୍ରା ସଂପନ୍ନ ହୋଇଥିବା ଜଣାପଡ଼ିଛି ।

Post a Comment