ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରତିଷ୍ଠା ଉତ୍ସବ ଓ ଗୃହ ପ୍ରବେଶ


ବାଲେଶ୍ୱର (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଖପରାପଦା ସ୍ଥିତ କ୍ଷୀରୋଦା ବିହାର ପରିସରରେ ନବ ନିର୍ମିତ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରର ଗୃହର ପ୍ରତିଷ୍ଠା ଉତ୍ସବ ଓ ଗୃହ ପ୍ରବେଶ ସୋମ ବାର ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ପ୍ରାତଃରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଶିଶୁ ମନ୍ଦିରର ପ୍ରତିଷ୍ଠାତା ସଭାପତି ମାନସ ବେହେରା ,ସମ୍ପାଦକ ବିଦ୍ୟାଧର ପାତ୍ର, ପରିଚାଳନା କମିଟି ର ବଂଶୀଧର ସାହୁ ପ୍ରମୁଖ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଅତିଥି ଭାବରେ ଶିକ୍ଷାବିତ ତଥା ସାହିତ୍ୟିକ ଅଧ୍ୟାପକ ଡ଼ଃ ସୁକାନ୍ତ କୁମାର ଗିରି, ଜିଲ୍ଲା ବିଭାଗ ନିରୀକ୍ଷକ ଯୋଗେନ୍ଦ୍ର ମହନ୍ତ ,କାଳିପଦା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ପଣ୍ଡା, ବାଲିଆପାଳ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାରବାରିକ , ବଳରାମପୁର ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ହରିହର ପଣ୍ଡା , ଯୁବ ସାମ୍ବାଦିକ ଗୋପ ନାରାୟଣ ଜେନା , ମିହିର ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।ଅଞ୍ଜନା ମିଶ୍ର,ଝୁନା ରାଣୀ ଦାସ,ଜଳଧର ଦେ,ନିର୍ମଳ ଧଳ,ଚିନ୍ମୟୀ କର,ସସ୍ମିତା ନାୟକ,ବିଦ୍ୟୁତ ପ୍ରଭା ପାତ୍ର, କୃଷ୍ଣା ସୁର ,ସ୍ନେହଲତା ଦେ ପ୍ରମୁଖ ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଶତାଧିକ ଛାତ୍ର ଅଭିଭାବକ ଏଥିରେ ଯୋଗ ଦେଇଥିଲେ।

Post a Comment

Previous Post Next Post