ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପାଟଧରା ଅଞ୍ଚଳରେ ଛତିଶଗଡ ବନ ବିଭାଗ ଚଢ଼ାଉ କରିଛି । ଚଢାଉ ବେଳେ ବାଘ ଛାଲ, ନଖ, ଦାନ୍ତ, ବଜ୍ର, କାଶ୍ମୀର କାତି, ଦେଶୀ ବନ୍ଧୁକ, ଫାଶ ଜବତ କରିଛି । ବାଘ ଶିକାର ସନ୍ଦେହରେ ଛଅ ଜଣ ଙ୍କୁ ଅଟକ ରଖୁ ଅଧିକ ତଦନ୍ତ ଚଳାଇଛି ଛତିଶଗଡ ବନ ବିଭାଗ । ଅଟକ ଛଅ ଜଣଙ୍କ ମଧ୍ୟରେ ନୂଆପଡା ଜିଲ୍ଲା ବୋଡେନ ଥାନା ପାଟଧରା ଗାଁର ୪ ଜଣ, ଚିକଲ ଚୁଆଁ ଏବଂ ଖଡୁପାଣି ଗାଁର ଜଣେ ଲେଖାଏ ଅଛନ୍ତି । ସୂଚନାଥାଉ କି, ଛତିଶଗଡ ରାଜ୍ୟ ଉଦନ୍ତୀ ସୀତା ନଦୀ ଅଭୟାରଣ୍ୟରେ ଜଙ୍ଗଲ ବିଭାଗ ପକ୍ଷରୁ ଏକ ଟ୍ରାକ କ୍ୟାମେରା ଲଗାଇ ବାଘର ଗତିବିଧୂ ଉପରେ ନଜର ରଖା ଯାଇଥିଲା । କ୍ୟାମେରାରେ ଦୁଇଟି ମହାବାଳ ବାଘ ଚିତ୍ର କଏଦ ହୋଇଥିଲା । ହେଲେ କିଛି ଦିନ ପରେ ଗୋଟିଏ ମହାବାଳ ବାଘ କ୍ୟାମେରାରେ ଦେଖା ଯାଉ ନ ଥିଲା । ପରେ କୌଣସି ସୂତ୍ରରୁ ଖବର ପାଇ ଛତିଶଗଡ ବନ ବିଭାଗ ନୂଆପଡା ଜିଲ୍ଲା ବୋଡେନ ଥାନା ଖଡୁପାଣି ଗାଁର ଜଣଙ୍କ ଘରେ ଚଢ଼ାଉ କରିଥିଲା । ଛତିଶଗଡର ଉଦନ୍ତୀ ସୀତା ନଦୀ ଅଭୟାରଣର ଉପ ନିର୍ଦ୍ଦେଶକ ଅନୁଜ ଜୈନଙ୍କ ନେତୃତ୍ବରେ କୋଡ଼ିଏ ଜଣିଆ ଏକ ଦଳ ଖଡ଼ିଆଳ ବନଖଣ୍ଡ ଅଫିସରେ ପହଁଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି । ଛତିଶଗଡ ବନ ବିଭାଗ ପକ୍ଷରୁ ଏହି ତଦନ୍ତ ଦୀର୍ଘ ଦୁଇ ଦିନ ହେବ ଚାଲିଛି । କିନ୍ତୁ ଏ ନେଇ ଖଡ଼ିଆଳ ବନ ବିଭାଗ ପାଖରେ ସଠିକ ତଥ୍ୟ ନାହିଁ । ଏ ସମ୍ପର୍କରେ ଖଡ଼ିଆଳ DFOଙ୍କୁ ପଚାରିବାରୁ ସେ କହିଛନ୍ତି, ଛତିଶଗଡ଼ର ଏକ ସ୍ବତନ୍ତ୍ର ଟିମ ତଦନ୍ତ ଚଳାଇଛି ଆମକୁ ଜଣାଇଲେ ଆମେ ସବିଶେଷ ତଥ୍ୟ ପ୍ରକାଶ କରିବୁ ବୋଲି କହିଥିଲେ।

Post a Comment