ଖରିଆରରୋଡ ରେଲୱେ ଷ୍ଟେସନ ଠାରେ ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନରେ ଲାଗିଲା ନିଆଁ


ନୂଆପଡ଼ା : (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଲୱେ ଷ୍ଟେସନ ଠାରେ ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନରେ ନିଆଁ । ଖରିଆରରୋଡ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଛି। ଘଣ୍ଟାଏ ହେବ ଖରିଆରରୋଡ ଷ୍ଟେସନରେ ଟେନ ଅଟକି ରହିଥିଲା। ଗୁରୁବାର ରାତି ପ୍ରାୟ୧୦ ଟାରେ ଦୁର୍ଗ-ପୁରୀ ଇଣ୍ଟରସିଟି ଟ୍ରେନ ଖରିଆରରୋଡ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ତେବେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନା ନିକଟରେ ଟ୍ରେନରେ ନିଆଁ ଲାଗିଥିବା ଯାତ୍ରୀ ଜାଣିବାକୁ ପାଇଥିଲେ । ଏହାକୁ ନେଇ ରେଲୱେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।


ତେବେ ସେଠି ସୁରକ୍ଷା ଦୃଷ୍ଟିରୁ ରେଲୱେ କର୍ତ୍ତୃପକ୍ଷ ଟ୍ରେନକୁ ଖରିଆରରୋଡ ଷ୍ଟେସନକୁ ଆଣିଥିଲେ । ଟ୍ରେନର ଏସି ବଗି ନିକଟରେ ଚକର ବ୍ରେକ ବାଇଣ୍ଡିଙ୍ଗରେ ନିଆଁ ଲାଗି ଯାଇଥିଲା । ଏଥିରେ ପ୍ରବଳ ଧୂଆ ହେବାରୁ ଯାତ୍ରୀ ଅସୁରକ୍ଷିତ ମନେ କରି ସବୁ ଯାତ୍ରୀ ଧାଁ ଧାପଡ ହୋଇ ଟ୍ରେନରୁ ଓହ୍ଲାଇ ପଡିଥିଲେ । ଷ୍ଟେସନ ସମ୍ପୂର୍ଣ୍ଣ ଧୂଆଁମୟ ହୋଇ ପଡ଼ିଥିଲା । ଖରିଆରରୋଡ ଅଗ୍ନିଶମ ବିଭାଗ କର୍ମଚାରୀ ଦୁଇଟି ଗାଡ଼ିରେ ଟ୍ରେନର ନିଆଁକୁ ଆୟତ୍ତ କରିଥିଲେ।

Post a Comment

Previous Post Next Post