ଜଳେଶ୍ୱର ୮/୬ (ଜଗନ୍ନାଥ ଗୋଛାୟତ) କାଳ ବୈଶାଖୀ ଝଡ଼ ବାତ୍ୟାରେ, ୬୦ଜାତୀୟ ରାଜପଥ, ଲଖ୍ମଣ ନାଥ ଟୋଲ ପ୍ଲାଜାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି। ମଙ୍ଗଳବାର ୩ଟା ସମୟରେ ହଠାତ୍ ପୂର୍ବ ଦିଗରୁ ଜୋରରେ ପବନ ସହ କୁଆପଥର ମାଡ ଓ ଜୋର୍ ବର୍ଷା ହୋଇଥିଲା। ଫଳରେ ଏନ୍ ଏଚ ୬୦, ପାର୍ଶ୍ଵରେ ଥିବା ଗଛ ଗୁଡ଼ିକ ଭାଙ୍ଗି ରାଜ ରାସ୍ତା ଅବରୋଧ କରିଥିଲା। ଟୋଲ୍ ପ୍ଲାଜାର ବୃହତ ୪ଟି ନାମ ଫଳକ,୧୨ଟି ବୋର୍ଡ ଓଲଟି ପଡିଥିଲା ବେଳେ,ସୋଲାର ସିଷ୍ଟମ ଅନ୍ୟାନ୍ୟ ସାମଗ୍ରୀ ରାସ୍ତା ଉପରେ ପଡ଼ିଥିବା ଦେଖା ଯାଇଥିଲା।କଛି ସମୟ ପାଇଁ ପବନ ଏତେ ଯୋରରେ ଥିଲା ଯେ, ପ୍ଲାଜାରେ ବ୍ୟବହୃତ ସାମଗ୍ରୀ ଉଡ଼ି ଯିବା ସହିତ,ଗଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିଲା। ଏହି ବାତ୍ୟାରେ ଜଳେଶ୍ଵର ଟ୍ରେନ୍ ଲାଇନରେ ଗଛ ଭାଙ୍ଗି ପଡିଥିବା ବେଳେ,ପରେ ତାହା କାଟି ପରିଷ୍କାର କରାଯାଇଥିଲା। ଜାତୀୟ ରାଜପଥ ପ୍ରାଧିକରଣ ର ପେଟ୍ରୋଲି୦ ଗାଡ଼ି ତୁରନ୍ତ ସୂଚନା ପାଇ,କ୍ରେନ୍ ଓ କଟ୍ଟର ସାହାଯ୍ୟରେ ରଜପଥରୁ, ଗଛ ଡ଼ାଳ ଓ ବଡ଼ ବଡ଼ ନାମ ଫଳକ ହଟାଇବାକୁ ସକ୍ଷମ ହୋଇଥିଲେ।୧ଘଣ୍ଟା ଗମାନା ଗମନାଗମନ ଠପ୍ ପରେ ଚଳାଚଳ ସ୍ବଭାବିକ ହୋଇଥିଲା ।

Post a Comment