କାହା ଚାପରେ ଦେଓଗାଁ ପୋଲିସ ; ଖୁଲମ ଖୁଲା ବୁଲୁଛି ଅପରାଧୀ


ବଲାଙ୍ଗିର (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଅପରାଧୀ ଙ୍କ ଚରା ଭୁଇଁ ପାଲଟିଛି । ଖୋଲା ଆକାଶରେ ଅପରାଧି ଖୁଲମ୍ ଖୁଲ୍ଲା ବୁଲୁଥିଲେ ସୁଦ୍ଧା ଦେଓଗାଁ ପୋଲିସ ହାତ ବାନ୍ଧି ବସିଛି । ଏଠି ପ୍ରଶ୍ନ ଉଠୁଛି କାହା ଚାପ ରେ ଦେଓଗାଁ ପୋଲିସ ?? ଦେଓଗାଁ ର ଗୌର ହରି ସୁନ୍ଦର ମଣି ସାହୁ ନାମରେ ଅନେକ ଗୁଡ଼ିଏ କେଶ୍ ଥାନା ରେ ଥିଲେ ସୁଦ୍ଧା ଦେଓଗାଁ ପୋଲିସ ଜାଣି ଜାଣି ସୁଦ୍ଧା ଗଲୁଆମି କରୁଛି । ଦିନକୁ ଦିନ ତାହାର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।କିଛି ଦିନ ପୂର୍ବେ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ହତ୍ୟା ଧମକ,ସାମ୍ବାଦିକ ଙ୍କ ମୋବାଇଲ ଚୋରି ଅଭିଯୋଗ,ସାମ୍ବାଦିକଙ୍କ ଘର କୁ ଆକ୍ରମଣ ଭଳି ସଙ୍ଗିନ ଦଫା ଲାଗିଥିଲା ,ଯାହାକି ବର୍ତ୍ତମାନ୍ କୋର୍ଟ ରେ ବିଚାରାଧୀନ ରହିଛି । ଦିନ କୁ ଦିନ ଦେଓଗାଁ ବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ଆଇଆଇସି ପରେ ଆଇଆଇସି ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ଦେଓଗାଁ ରେ ଅପରାଧିକ କାର୍ଯ୍ୟ ରେ ରୋକ୍ ଲାଗି ପାରି ନାହିଁ ।ସତେ ଯେମିତି କୁଜି ନେତା, ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ, ଅପରାଧି ଙ୍କ କବ୍ଜ୍ଯା ରେ ଦେଓଗାଁ ପୋଲିସ ରହିଯାଉଛି । ଯାହାକି ଦେଓଗାଁ ଅଞ୍ଚଳ ରେ ଚର୍ଚ୍ଚା ଜୋର୍ ଧରିଛି । ଆଗାମୀ ଦିନରେ ଯଦି ଗୌର ହରି ସୁନ୍ଦର ମଣି ସାହୁ କୁ ଗିରଫ କରା ନ ଯାଏ, ତେବେ ଭୀମ ଆର୍ମି ସଂଗଠନ, ଦେଓଗାଁ ଉଡ଼ାର ଗ୍ରାମ ବାସୀ ଙ୍କ ପକ୍ଷରୁ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।ବାରମ୍ବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲେ ସୁଦ୍ଧା ବଲାଙ୍ଗିର ପୋଲିସ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ପ୍ରକାଶ ଥାଉକି ଏହି ଗୌର ହରି ସୁନ୍ଦର ମଣି ସାହୁ କିଛି ଦିନ ତଳେ ୱେବ୍ ଚ୍ୟାନେଲ ଟୀ ରେ କାର୍ଯ୍ୟ ଆରମ୍ଭ କରିବା ଶହ ବିଭିନ୍ନ ସରକାରୀ ବିଭାଗ ଓ ବେସରକାରୀ ବିଭାଗ କୁ ଯାଇ ଧମକ ଚମକ ସୃଷ୍ଟି କରିବା ସହିତ ଖବର ପ୍ରକାଶ କରି ବି ବୋଲି କହି ମୋଟା ଅଙ୍କ ଅର୍ଥ ଆଦାୟ କରୁଛି । ବ୍ୟକ୍ତି ଜଣକ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ଗଣମାଧ୍ୟମ କୁ ବଦନାମ କରୁଛି । କିଛି ଗୋଟେ ବଡ଼ ଅଘଟଣ ଘଟିଲେ ଚେତିବ କି ବଲାଙ୍ଗିର ପୋଲିସ ପ୍ରଶାସନ ??ପୋଲିସ ବିଭାଗ ରାଜ୍ୟ ସରକାରଙ୍କ 5ଟି ର ଅକ୍ତିଆର କୁ ଆସିଲା ପରେ ୫ଟି ସଚିବ ଭିକେ ପାଣ୍ଡିୟାନ ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇ ଛନ୍ତି । ଯେଉଁ ଥିରେ କି ଅପରାଧି ଙ୍କୁ ଖୁବ୍ ଶୀଘ୍ର ଧରା ଯାଇ ପାରୁଛି ଓ ଅପରାଧ ନିୟନ୍ତ୍ରଣ କରାଯାଇ ପାରୁଛି ।ଥାନା କୁ ଅଭିଯୋଗ କରି ଗଲେ ଅଭିଯୋଗକାରୀ କୁ ଅଭିଯୋଗ ପ୍ରକୋଷ୍ଠରେ ବସିବାକୁ ଦିଆ ଯିବା ସହିତ ପିଇବାକୁ ପାଣି ମଧ୍ୟ ଦିଆ ଯିବାର ବ୍ୟବସ୍ଥା ରହିଛି କିନ୍ତୁ ଦେଓଗାଁ ପୋଲିସ କ୍ଷେତ୍ର ରେ ଏହାର ପୁରା ବ୍ୟତିକ୍ରମ ଦେଖିବାକୁ ମିଳୁଛି , ଯାହାକି ଏଠି 5ଟି କୁ ଉପହାସ କହିବାକୁ ଚଳେ । ୫ଟି ସଚିବ ଭିକେ ପାଣ୍ଡିୟାନ ଙ୍କୁ ଦେଓଗାଁ ଥାନା କୁ ଅଚାନକ ଗସ୍ତ କରିବାକୁ ନିବେଦନ କରାଯାଉଛି । ବଲାଙ୍ଗିର ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ହୃଷିକେଶ ଖିଲାରୀ ଯୋଗଦାନ ପରେ ସ୍ଥିତି ରେ କଣ ପରିବର୍ତ୍ତନ ହେବ ଦେଖିବାକୁ ବାକି ରହିଲା ।

Post a Comment

Previous Post Next Post