କପିଲାଭଟା ଜି.ପି ହାଇସ୍କୁଲ ରେ ୫-ଟି ରେ ରୂପାନ୍ତରିତ ହୋଇ ଆରମ୍ଭ ହେଲା କାମ


ବଙ୍ଗୋମୁଣ୍ଡା,୨୨।୦୬ (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ର ଜି. ପି ହାଇସ୍କୁଲ ରେ ଆଜି ୫-ଟି କାମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କପିଲାଭଟା ପଞ୍ଚାୟତ ର ସମିତି ସଭ୍ୟ କେଦାର ଭୋଇ ଉପସ୍ଥିତ ରହି ପୂଜାର୍ଚ୍ଚନା କରିବା ସହ ନଡ଼ିଆ ବାଡେଇ କାର୍ଯ୍ୟକ୍ରମ ର ଆରମ୍ଭ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର ପୃଥିରାଜ ବାଗ, ଅଞ୍ଚଳ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଶୁଭାକର ନାଗ, ପାର୍ଥ ହଂସ, ୱାର୍ଡ ମେମ୍ବର ଙ୍କ ପ୍ରତିନିଧି ସନ୍ତୋଷ ହଂସ ଉପସ୍ଥିତ ଥିଲେ । ଏଥିରେ ବିଦ୍ୟାଳୟ ର ଶିକ୍ଷକ କିରଣ କୁମାର ପ୍ରଧାନ, ବରୁଣ କୁମାର ବାରିକ, ନିଲମଣି ବିଶି, ଯୋଗିଚନ୍ଦ୍ର ବିଶି ଙ୍କ ସମେତ ଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଅଞ୍ଚଳବାସୀ ଙ୍କ ପକ୍ଷରୁ ବିଭିନ୍ନ ସମୟ ରେ କପିଲାଭଟା ଜି. ପି ହାଇସ୍କୁଲ କୁ ୫-ଟି ରେ ରୂପାନ୍ତରିତ କରିବା ପାଇଁ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିବା ସହ ଦାବିପତ୍ର ପ୍ରଦାନ କରାଯାଉଥିଲା । ତେବେ ସରକାର ଙ୍କ ପକ୍ଷରୁ ରୁ ୫-ଟି ରେ ସାମିଲ କରିଥିବାରୁ ଅଞ୍ଚଳବାସୀ ଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି । ସରକାର ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଅଞ୍ଚଳ ର ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷାବିତ ।୫-ଟି ରେ ହାଇସ୍କୁଲ କାମ ଆରମ୍ଭ ହୋଇଥିବା ବେଳେ ଆଉ କିଛି ମାସ ମଧ୍ୟରେ କାମ ଶେଷ ହେବ ବୋଲି ଜଣାପଡ଼ିଛି । ଦୀର୍ଘ ଦିନ ର ଦାବି ପୂରଣ ହେବାକୁ ଯାଉଥିବା ବେଳେ ଛାତ୍ରଛାତ୍ରୀ ମାନେ ହସଖୁସିରେ ପାଠ ପଢିବେ ବୋଲି ସୂଚନା ମିଳିଛି ।

Post a Comment

Previous Post Next Post