ନୂଆପଡା :(ରିଖିରାମ ଦଳ) ନୂଆପଡା ଜ଼ିଲ୍ଲା କୋମନା ବ୍ଲକ ଗଣ୍ଡlମେର ପଞ୍ଚାୟତରେ ହିତାଧିକାରୀଙ୍କୁ ତିନିମାସର ପି.ଡି.ଏସ. ଚାଉଳ ମିଳିନାହିଁ । ଏହାର ପ୍ରତିବାଦରେ ହିତାଧିକାରୀମାନେ ପଞ୍ଚାୟତ ଅଫିସ ଘେରାଉ କରିଛନ୍ତି । ସୂଚନା ମୁତାବକ, ଗଣ୍ଡାମେର ପଞ୍ଚାୟତ ଲର୍କ୍କି ଗାଁ ର ଦୁଇଶହ ରୁ ଅଧିକ ହିତାଧିକାରୀଙ୍କୁ ଗତ ତିନିମାସ ହେଲା ହିତାଧିକାରୀମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ । କିଛି ଦିନ ତଳେ ପ୍ରଶାସନର ଏକ କାର୍ଯ୍ୟକ୍ରମ ଚାଲିଥିଲା, ହିତାଧିକାରୀମାନେ ସେଠାରେ ପହଞ୍ଚି ୩ ମାସର ଚାଉଳ ପାଇନଥିବା ବିଡ଼ିଓ ସୁଶାନ୍ତ ରଣାଙ୍କୁ ଜଣାଇଥିଲେ । ପରେ ହିତାଧିକାରୀଙ୍କୁ ଚାଉଳ ଦେବାକୁ ବିଡ଼ିଓ ଶ୍ରୀ ରଣା ପାଞ୍ଚାୟତ କର୍ତୁପକ୍ଷକୁ ନିର୍ଦେଶ ଦେଇଥିଲେ । ଏହି ନିର୍ଦେଶ ଅନୁସାରେ ହିତାଧିକାରୀମାନେ ଚାଉଳ ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ । ମାତ୍ର ପାଞ୍ଚାୟତରେ ଚାଉଳ ଉପଲବ୍ଧ ନଥିବା ଯୋଗାଣ ସହାୟକ ଉତ୍ତର ଦେଇଥିଲେ । ଏଥି ସହ ଚାଉଳ ଦେବାକୁ ମନା କରିବାରୁ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା
ବେଳେ କୋମନା ବ୍ଲକ ଯୁବ କଂଙ୍ଗ୍ରେସ ସଭାପତି ନରେନ୍ଦ୍ର ନାଗ, ଦଳିତ ଅଧିକାର ମଞ୍ଚ ଜ଼ିଲ୍ଲା ସଭାପତି ରଞ୍ଜନ ସେନାପତି ଓ ସାମାଜିକ କର୍ମୀ ଲକ୍ଷ୍ୟ ସୁନାଙ୍କ ନେତୃତ୍ୱରେ ହିତାଧିକାରୀମାନେ ପଞ୍ଚାୟତ ଅଫିସ ଘେରାଉ କରି ଭିକ୍ଷୁବ ପ୍ରଦର୍ଶନ କରିଥିଲେ । ପ୍ରତିମାସରେ ହିତାଧିକାରୀଙ୍କୁ ଦେବାପାଇଁ ଚାଉଳ ଆସୁଛି ହେଲେ ତିନିମାସ ଚାଉଳ କୁଆଡେ ଗଲା ବୋଲି ହିତାଧିକାରୀ ପ୍ରଶ୍ନ କରିଥିଲେ । ଅନ୍ୟପଟେ ହିତାଧିକାରୀମାନେ 3ମାସର ଚାଉଳକୁ ପଞ୍ଚାୟତ କର୍ତ୍ତୃପକ୍ଷ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏନେଇ ବିଡ଼ିଓ ଶ୍ରୀ ରଣାଙ୍କୁ ପଚାରିବାରୁ ଆଜି ଚାଉଳ ଦେବାକୁ ଯୋଗାଣ ସହାୟକଙ୍କୁ ନିର୍ଦେଶ ଦିଆଯାଇଥିଲା । ଚାଉଳ ଦେଇନଥିବା ଅଭିଯୋଗ ଆସିନାହିଁ । ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବୁ ବୋଲି କହି ଥିଲେ
Post a Comment