ଧର୍ମଗଡ : (ଆଜତକ ଓଡ଼ିଶା) ସମାଜସେବା, ସାହିତ୍ୟ ସଂସ୍କୃତି ର ବିକାଶ ଆଉ ପୂଜ୍ୟପୂଜା ଆମ ଭାରତୀୟ ଆଦର୍ଶ ଏବଂ ବିଚାର ଧାରା ର ଏକ ଅନୁପମ ସ୍ୱର ଆଉ ସ୍ୱାକ୍ଷର। ସେହିଭଳି ଆଦର୍ଶ ରେ ଅନୁପ୍ରାଣୀତ ଜଣେ ପ୍ରତିଭା, ସାରସ୍ଵତ ସାଧକ, ସ୍ୱୟଂସେବକ, ଅନନ୍ୟ ଆଦର୍ଶ ଆଉ ସମ୍ପୂର୍ଣ୍ଣ ତ୍ୟାଗ ସମର୍ପଣ ର ପ୍ରତୀକ ଯୁବ ସମାଜସେବୀ ଉମାକାନ୍ତ ସୁନାନୀ ଅନ୍ୟତମ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଥନଟ ଗ୍ରାମ ର ପିତା ରାମନାଥ ସୁନାନୀ ଓ ମାତା ଶୁଭ ସୁନାନୀ ଙ୍କ ସୂପୁତ୍ର । ସରକାରୀ ଉଚ୍ଚ ବିଦ୍ୟାଳୟ ଧର୍ମଗଡ଼ ରେ ମାଟ୍ରିକ, ପଞ୍ଚାୟତ କଲେଜ୍ ଧର୍ମଗଡ଼ ରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଜ୍ଞାନ ଏବଂ ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରେ ପଦାର୍ଥ ବିଜ୍ଞାନରେ ପୋଷ୍ଟ ଡିଗ୍ରୀ ହାସଲ କଲାପରେ ଶିକ୍ଷକତା ତାଲିମ ଶିକ୍ଷା ଲାଭ କରିଛନ୍ତି । ବର୍ତ୍ତମାନ ଏକ ଘରୋଇ ଇଂରାଜୀ ସ୍କୁଲ ରେ ଶିକ୍ଷକ ଭାବରେ କାର୍ଯ୍ୟରତ । ସେବା ପ୍ରାଣ ଉମାକାନ୍ତ 'ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍' କଳାହାଣ୍ଡି ନାମରେ ଏକ ସାମାଜିକ ସଂଗଠନ ସ୍ଥାପନ କରି ବହୁବିଧ ସେବାରେ ନିଜର ସମୟ ଆଉ ଶ୍ରମ ଦାନ କରିଚାଲିଛନ୍ତି। ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ରୋଗୀଙ୍କୁ ସେବା ପ୍ରଦାନ, ଚିକିତ୍ସା ବିଷୟରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ମାନଙ୍କୁ ସଠିକ୍ ମାର୍ଗ ଦର୍ଶନ କରାଇବା , ରକ୍ତଦାନ ଶିବିର ଆୟୋଜନ ସହ ନିୟମିତ ରକ୍ତଦାନ, ଆଶ୍ରମ ମାନଙ୍କ ରେ ସେବା କାର୍ଯ୍ୟ , ପ୍ରତିଭା ପୂଜା, ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ପାଇଁ ଫଳ ବଣ୍ଟନ ଆଦି ଅତି ମାନବୀୟ କାର୍ଯ୍ୟ କରି ଚାଲିଛନ୍ତି ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡ଼ିବ ଏଥିସହ ସେ ରାଜ୍ୟ ର ବିଭିନ୍ନ ସ୍ଥାନରେ ବହୁ ସଂଗଠନ ପକ୍ଷରୁ ସମ୍ମାନିତ ଆଉ ସମ୍ବର୍ଦ୍ଧିତ। ଶିକ୍ଷା ର ବିକାଶ ଲକ୍ଷ ନେଇ ସେ ଅନାଥ ଗରିବ ପୁଅ ଝିଅ ମାନଙ୍କୁ ଶିକ୍ଷାଦାନ କରାଇବା , ସେମାନଙ୍କୁ ସଂସ୍କାର , ଉନ୍ନତି ର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ମେଧା ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ଆଦି ଅନେକ ଗଠନ ମୂଳକ କାର୍ଯ୍ୟ ରେ ସେ ବ୍ୟସ୍ତ।
ବିକଶିତ ଯୁବ ପ୍ରତିଭା : ସମାଜସେବୀ ଉମାକାନ୍ତ ସୁନାନୀ
ଆଜତକ ଓଡ଼ିଶା
0
Post a Comment