କବିତା : ଶ୍ରେଷ୍ଠ ବନ୍ଧୁ

ଶ୍ରେଷ୍ଠ ବନ୍ଧୁ ***************************

ପ୍ରାଣବନ୍ଧୁ ଠାରୁ ଶ୍ରେଷ୍ଠ ବନ୍ଧୁ ଆଉ

ଜୀବନକାଳରେ ନାହିଁ

ସେ ବନ୍ଧୁ ସଙ୍ଗେ ଯୋଡିଥିଲେ ଭାବ

ସଦା ଆନନ୍ଦ ମିଳଇ । ୧ । 


ସେ ବନ୍ଧୁ ସଙ୍ଗେ ରଖି ଥିଲେଭାବ

ମହତ ଗୁଣ ପ୍ରକାଶେ

ମଧୁମୟ ହୁଏ ଜୀବନ ଟି ସଦା

ମହ ମହ ହୋଇ ବାସେ । ୨ । 


ବନ୍ଧୁର ଦିବସେ ଘେନିବ ବନ୍ଧୁ ହେ

ବନ୍ଧୁର ଅଭିନନ୍ଦନ   

ସ୍ନେହ ପ୍ରେମ କେବେ ଉଣାକରିବନି

ବଞ୍ଚି ଥିବି ଯେତେଦିନ । ୩। 


କେଉଁ ଜନମର ସମ୍ପର୍କ ଆମର

ଏ ଜନମ ରେ ହେଲିବାନ୍ଧି

ସେ ବନ୍ଧୁ ପଣରେ ଲଙ୍ଗିଯିବି ମୁଁ ଯେ 

ଜୀବନ ରମହା ସିନ୍ଧୂ । ୪ । 


ଜଦି କେବେ ବନ୍ଧୁଭୁଲ କରିଥାଏ

ବନ୍ଧୁମାେନେ ଦେବ କ୍ଷମା

ତୁମପରି ବନ୍ଧୁ ପାଇଁ ମୋ ଜୀବନେ

ଆନନ୍ଦର ନାହିଁ ସୀମା । ୫ । 


ମରି ମରି ବନ୍ଧୁ ବଞ୍ଚି ଥିଲି ନିତି

ଦୁଃଖର ଲୁହକୁ ପିଇ

ମଲା ଗଛ ଟିରେ ସ୍ନେହପ୍ରେମ ଦେଇ

ବଞ୍ଚିବା ଦେଲ ଶିକ୍ଷାଇ । ୬ । 


ହାତ ଛାଡିଯେବେଚାଲିଯିବ ତୁମେ   

ହୋଇଯିବି ମୁଁ ଯେ ଶବ

ବନ୍ଧୁ ପଣେ କହେ ମୁଁ ତୁମ ସୁଦାମା

ତୁମେ ମୋର ବାସୁଦେବେ । । ୭ । 


ତୁମେ ମୋର ସଖା ମୁଁ ତୁମ ଫାଲ୍ଗୁନୀ

ମୋ ଜୀବନ ରଥେ ରଥୀ

ସଂସାର ଯୁଦ୍ଧରେ ବିଜୟୀ ସୈନିକ

ଲଢୁଥିବ ହୋଇ ସାଥୀ । ୮ । 

***************************************

ସପ୍ରେମ ଜୟ ଜୀବ 

କମଳ କାମିନୀ ଦେ

ପଥରପୁରା ଜଳେଶ୍ଵର , ବାଲେଶ୍ଵର 

ରିପୋର୍ଟ :- ଜଗନ୍ନାଥ ଗୋଛୟତ

Post a Comment

Previous Post Next Post