ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କୁଇଜ ପ୍ରତିଯୋଗୀତାରେ ଶ୍ରେଷ୍ଠତ୍ବ ପାଇଁ କୋରାପୁଟ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନିତ


କୋରାପୁଟ : (ଆଜତକ୍ ଓଡ଼ିଶା) ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ କରିବା ଦ୍ୱାରା ଶରୀର ଓ ଦେହ ସୁସ୍ଥ ରହିଥାଏ । ପ୍ରତିବର୍ଷ ଜୁନ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । ଆଜି ଏକାଠି ହୋଇ ଉଭୟ ଶିକ୍ଷକ , ଛାତ୍ରଛାତ୍ରୀ ଏବଂ ପରିବାର ଏକତ୍ର ହୋଇ ଯୋଗାସନ କରିଥିଲେ । ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ, ପରିବାର ଛାତ୍ରଛାତ୍ରୀମାନଙ୍କ ସହ ମିଶି ଯୋଗାସନ କରିଥିଲେ । କର୍ମମୟ ଜୀବନରେ ଯୋଗର ଆବଶ୍ୟକତା ରହିଅଛି । ଆଗାମୀ ଦିନରେ ଯୁବପୀଢ଼ିମାନେ ଦୈନନ୍ଦିନ ଯୋଗ କଲେ ନିରୋଗ ରହିପାରିବେ ବୋଲି ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ନିଜ ମତ ରଖିଅଛନ୍ତି । ଆଜିର ଯୋଗ ଦିବସ ଅବସରରେ ଡ଼. ରାଧାକୃଷ୍ଣ ହିଷ୍ଟ୍ରି ଟିଚର୍ସ ଗ୍ରୁପ ତରଫରୁ ଆୟୋଜିତ କରେଣ୍ଟ ଆଫାୟର୍ସ ଏବଂ ସାଧାରଣ ଜ୍ଞାନ କୁଇଜ ପ୍ରତିଯୋଗୀତାରେ କୋରାପୁଟର ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଅଂଶଗ୍ରହଣ କରି ପ୍ରମାଣ ପତ୍ର ପ୍ରାପ୍ତି ହୋଇଅଛନ୍ତି। ଏହି ଅବସରରେ ଡ଼. ରାଧାକୃଷ୍ଣ ହିଷ୍ଟ୍ରି ଟିଚର୍ସ ଗ୍ରୁପର କୁଇଜ ଟିମର ସଭାପତି ପି.ଜେ ବେରନାଡ଼ସା, ସଂଯୋଜକ ଭି. କନ୍ନଦଶନ,ଟି. ଆର ପୁଭିଅରସନ,କୁଇଜ ଅନଲାଇନ ପବଲିଶିଙ୍ଗ ଟିମର ଏସ. ତାମିଲସେଲଭନ ଯୋଗ ଦେଇ ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ପ୍ରଦାନ କରିଥିବା ଦେଖାଦେଇଅଛି ।

Post a Comment

Previous Post Next Post