ଗୋଣ୍ଡୱାନା ଛାତ୍ର ସଙ୍ଘ କୋମନା ଙ୍କ ଦ୍ୱାରା " ନୂତନ ସରକାରୀ କର୍ମଚାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଛାତ୍ରଛାତ୍ରୀ ଙ୍କ ବୃତ୍ତି ମାର୍ଗଦର୍ଶନ କାର୍ଯ୍ୟକ୍ରମ


ନୂଆପଡ଼ା (ଆଜତକ୍ ଓଡ଼ିଶା) ଆଜି  ରବିବାର ଦିନ ସକାଳ ସମୟ ୧୧.୦୦ ଘଣ୍ଟା ଉଦ୍ୟାନବନ୍ଧ ଠାରେ ଗୋଣ୍ଡି ଧର୍ମ ସଂସ୍କୃତି ସଂରକ୍ଷଣ ସମିତି ଓଡ଼ିଶା, ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ନୂଆପଡ଼ା, ଧରୁଆ ବୁଢ଼ା ଯୁବ ସଙ୍ଘ ପଣ୍ଡରାପଥର ଏବଂ ଗୋଣ୍ଡୱାନା ଛାତ୍ର ସଙ୍ଘ କୋମନା ଙ୍କ ଦ୍ୱାରା " ନୂତନ ସରକାରୀ କର୍ମଚାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଛାତ୍ରଛାତ୍ରୀ ଙ୍କ ବୃତ୍ତି ମାର୍ଗଦର୍ଶନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପରେ ସମ୍ମାନୀୟ ମହୋଦୟା ରମ୍ଭାକାନ୍ତି ମାଝୀ (ଶଭାନେତ୍ରୀ ସିନାପାଲି ବ୍ଲକ ) ଙ୍କୁ କରାଯାଇଥିଲା । କାର୍ଯ୍ୟକ୍ରମ ର ସଭାପତି ସମ୍ମାନୀୟ କ୍ଷେତ୍ର ମୋହନ ମାଝୀ (ଉଦ୍ୟାନବନ୍ଧ ) ଙ୍କୁ ରଖାଯାଇଥିଲା । ସମ୍ମାନିତ ଅତିଥି ରୂପେ ତିରୁ. ମୁକେଶ ମାଝୀ (ପଞ୍ଚାୟତ PEO), ତିରୁମାୟା ଜାଗୃତି ସିଦାର ନେଟି (SBI, ଖରିଆର ରୋଡ଼ )ଓ ସମାଜିକ ପ୍ରମୁଖ ଯୋଗଦେଇଥିଲେ । ଏହି ସମାରୋହ ରେ ପାକପାଖି ୨୨ ଜଣ ନୂତନ ସରକାରୀ କର୍ମଚାରୀଙ୍କୁ ଫୁଲମାଳ ପିନ୍ଧାଇ ବଡ଼ାଦେଓ ଙ୍କ ଫୋଟୋ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସାଙ୍ଗେ ସାଙ୍ଗେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦିଆଯାଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ଧରୁଆ ବୁଢ଼ା ଯୁବ ସଙ୍ଘ ପଣ୍ଡରାପଥର ଓ ଗୋଣ୍ଡୱାନା ଛାତ୍ର ସଙ୍ଘ କୋମନା ସମ୍ପୂର୍ଣ୍ଣ ରୂପେ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

Post a Comment

Previous Post Next Post