ଜଳେଶ୍ଵର,୦୮/୬ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବ୍ଲକ ସମ୍ମୁଖ ରେ ଦୀର୍ଘ ୮ ଦିନ ଧରି ସାରା ରାଜ୍ୟରେ ଅମଲା ମାନଙ୍କ ର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଛି।କାର୍ଯ୍ୟ ବନ୍ଦ ଯୋଗୁଁ ରାଜ୍ୟ ରେ ସମସ୍ତ କାର୍ଯ୍ୟ ଅଚଳ ହୋଇ ପଡିଛି।ସାଧାରଣ ଲୋକେ ନାହିଁ ନ ଥିବା ଅବସ୍ଥା ର ସମ୍ମୁଖୀନ ହୋଇଛନ୍ତି। ଅମଲା ମାନେ ମଇ ମାସ ୨୨ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରିବା ପରେ ଜୁନ ୧ ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରି ଧାରଣା ରେ ବସିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ। ତୁରନ୍ତ ରାଜ୍ୟ ସରକାର ଅମଲା ମାନଙ୍କ ର ଯୁକ୍ତିଯୁକ୍ତ ଦାବିକୁ ମାନି ନେବା ପାଇଁ ଆଜି ଜଳେଶ୍ଵର ବ୍ଲକ ପରିସରରେ ଓଷ୍ଟା ଜଳେଶ୍ଵର ଓ ରାଇବଣିଆ ଜୋନର କର୍ମକର୍ତ୍ତା ମାନେ ଧାରଣାରେ ସାମିଲ ହୋଇଥିଲେ। ଆଜି ଏକ ନିଆରା ଢଙ୍ଗରେ ଗୌରାଙ୍ଗ ଦାସ ଙ୍କ ର ୩୭ ତମ,ଜନ୍ମ ଦିନ ଅବସରରେ କେକ୍ କାଟି ସରକାରଙ୍କ ନିକଟ ରେ ଦୃଢ ଦାବି ଉପସ୍ଥାପନ ପୂର୍ବକ ପ୍ରତିବାଦ କରାଯାଇଥଲା। ଧାରଣା ସ୍ଥଳରେ ଆନ୍ଦୋଳନ କୁ ସମର୍ଥନ କରି ଓଷ୍ଟା ଜଳେଶ୍ଵର ର ସମ୍ପାଦକ ଡ ଅଜିତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ସଭାପତି ସୁକୁମାର ମିଶ୍ର, ଉପ ସଭାପତି କେଶବ ଚନ୍ଦ୍ର ପରିଡା,ହରିପଦ ସିଂହ, ଯୁଗ୍ମ ସମ୍ପାଦକ ସରୋଜ କୁମାର ପାଣିଗ୍ରାହୀ ,ମନୋରଞ୍ଜନ ଦତ୍ତ, ଜଳେଶ୍ବର ମିଳିତ ମଞ୍ଚ ର ସଭାପତି ଜଗତ ରଞ୍ଜନ ଜେନା,ଯଶୋମତୀ ଘଡେଇ, ରାଇବଣିଆ ର ସମ୍ପାଦକ ବଂଶୀଧର ବାରିକ, ରବିନ୍ଦ୍ର ନାଥ ପାଳ,ସଞ୍ଜୀବ କୁମାର ଦାସ,ସଞ୍ଜୀବ କୁମାର ଗିରି,ପ୍ରଦୀପ କୁମାର ଗିରି, ପ୍ରଶାନ୍ତ କୁମାର ସାହୁ,ବକ୍ତବ୍ଯ ପ୍ରଦାନ କରିଥିଲେ ।ସମସ୍ତ ଜନସାଧାରଣ ବୁଦ୍ଧିଜୀବି ବରିଷ୍ଠ ନାଗରିକ, ଗଣମାଧ୍ୟମ ବ୍ୟକ୍ତି ବିଶେଷ, ଲୋକ ପ୍ରତିନିଧିଙ୍କ, ପ୍ରଶାସନିକ ଅଧିକାରୀ, ବ୍ୟବସାୟିକ ପ୍ରତିଷ୍ଠାନ ,ସମସ୍ତ ସରକାରୀ ଓ ବେସରକାରୀ ସଂଗଠନ ଏହାକୁ ସମର୍ଥନ କରିବା ସହିତ ସହଯୋଗ ର ହାତ ବଢ଼ାଇ ଆନ୍ଦୋଳନ କୁ ସମ୍ପୁର୍ଣ୍ଣ ସଫଳ କରିବା ପାଇଁ ବିନମ୍ର ନିବେଦନ ବୋଲି ଉପସ୍ଥାପନ କରଥିଲେ।

Post a Comment