ଜଳେଶ୍ଵର ୮/୬ (ଜଗନ୍ନାଥ ଗୋଛୟତ) ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଗତ ୨ ତାରିଖ ସଂଧ୍ୟାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ସରକାରୀ ତଥ୍ୟ ଅନୁଯାୟୀ ୨୮୮ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୧୧୯୯ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ପ୍ରତ୍ୟକ୍ଷ ତଥ୍ୟ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ମୃତ୍ୟୁ ସଂଖ୍ୟା ଓ ଆହାତ ସଂଖ୍ୟା ବହୁ ଅଧିକ। ଏଠାରେ ପ୍ରକୃତ ତଥ୍ୟ ଏବଂ ସତ୍ୟକୁ ଚାପି ଦେବା ପାଇଁ ଉଦ୍ୟମ କରାଯାଇଛି। ଏହି ହୃଦୟ ବିଦାରକ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି ସିପିଏମ ପକ୍ଷରୁ ଅର୍ପଣ କରାଯାଇଛି। ଶୋକସନ୍ତପ୍ତ ପରିବାରବର୍ଗ ଏବଂ ପ୍ରିୟଜନ ମାନଙ୍କ ପ୍ରତି ଏହି ଦୁଃଖଦ ସମୟରେ ସମବେଦନା ଜ୍ଞାପନ କରିବା ସହିତ ଦୁର୍ଘଟଣା ଘଟିବା ପରେ ତତ୍ କ୍ଷଣାତ ଉଦ୍ଧାର କାର୍ଯ୍ୟ ଏବଂ ଚିକିତ୍ସା କ୍ଷେତ୍ରରେ ବାଲେଶ୍ଵର ଜିଲ୍ଲାବାସୀ ବିଶେଷ କରି ଯୁବ ସମାଜ ଯେଉଁ ଅଦମ୍ୟ ସାହସ ପ୍ରଦର୍ଶନ କରି ମାନବୀୟ ସେବା ଯୋଗାଇଛନ୍ତି, ସେଥିପାଇଁ ସେମାନେ ପ୍ରଶଂସନୀୟ। ଏହି ଦୁର୍ଘଟଣା ପ୍ରମାଣ କରିଛି ଯେ ରେଳ ଯାତ୍ରୀ କେତେ ଅସୁରକ୍ଷିତ ଓ ଅସହାୟ। କେନ୍ଦ୍ର ବିଜେପି ସରକାରର ହାତବାରିସି ହୋଇ କାମ କରୁଥିବା ସିବିଆଇ ଦ୍ଵାରା ଏହି ଭଳି ଏକ ଭୟଙ୍କର ରେଳ ଦୁର୍ଘଟଣାର ତଦନ୍ତ ଘୋଷଣାକୁ ସିପିଆଇ(ଏମ୍) ପ୍ରତ୍ୟାଖ୍ୟାନ କରୁଛି। କୌଣସି ପରିସ୍ଥିତିରେ ସିବିଆଇର ତଦନ୍ତ ନିରପେକ୍ଷ ହେବ ନାହିଁ ଏବଂ ଲୋକେ ନ୍ୟାୟ ପାଇବେ ନାହିଁ। ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ପୀଡିତ ପରିବାର ମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମ କୋର୍ଟର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସ୍ଆଇଟି ଦ୍ବାରା ତଦନ୍ତ କରିବା ପାଇଁ ଦଳ ପକ୍ଷରୁ ଦାବୀ କରାଯାଇଛି। ଏହା ସହିତ ପ୍ରତ୍ୟେକ ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହିତ ସମସ୍ତ ଆହାତ ମାନଙ୍କୁ ଉନ୍ନତ ମାନର ଅତ୍ୟାଧୁନିକ ମାଗଣା ଚିକିତ୍ସା ଦେଇ କାର୍ଯ୍ୟକ୍ଷମ ହେଲା ପର୍ଯ୍ୟନ୍ତ ବଂଚିବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ନିମନ୍ତେ ଦାବି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାର ଏବଂ ଆହାତ ହୋଇ ସମ୍ପୁର୍ଣ୍ଣ ଭିନ୍ନକ୍ଷମ ହୋଇଯାଇଥିବା ପ୍ରତ୍ୟେକ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ କରାଯାଉ। ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନିଜ ପଦବୀରୁ ଇସ୍ତଫା ଦେଲେ ହିଁ ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବ ବୋଲି ଦଳ ପକ୍ଷରୁ ଦାବୀ କରାଯାଇଛି। ସମସ୍ତ ମୃତକ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସରଳିକରଣ କରିବା ସହିତ ମୃତକ ବ୍ୟକ୍ତି ମାନଙ୍କର ନାମ ତାଲିକା ଫୋଟୋ ସହିତ ସର୍ବ ସାଧାରଣରେ ଏବଂ ସବୁ ଭାଷାର ଖବରକାଗଜ ରେ ପ୍ରକାଶ କରିବା ପାଇଁ ଦାବି କରାଯାଇଛି। ରେଳବାଇର ବେପରୁଆ ଟ୍ରାଫିକ ପରିଚାଳନା, ରେଳ ଧାରଣା ଗୁଡିକ କ୍ରମାଗତ ଭାବେ ରକ୍ଷଣାବେକ୍ଷଣ ଓ ମରାମତି ନ ହେବା, ଦୁର୍ଘଟଣାକୁ ରୋକିବା ପାଇଁ ଆଧୁନିକ ଜ୍ଞାନକୌଶଳ କବଚର ପ୍ରଚାର କରି ବାସ୍ତବ କ୍ଷେତ୍ରରେ କାର୍ଯ୍ୟ କାରି ନ କରିବା ବିଫଳତା ଯୋଗୁଁ ହିଁ ଏହି ଦୁର୍ଘଟଣା ଘଟିଛି। ରେଳ ଚଳାଚଳର ଭିତ୍ତିଭୂମି ସମ୍ପର୍କୀୟ ଦୁର୍ବଳତା ଉପରେ ସିଏଜି ରିପୋର୍ଟରେ ଦିଆଯାଇଥିବା ଚେତାବନୀକୁ ମଧ୍ୟ ଅଣଦେଖା କରାଯାଇଛି। ରେଳ ଚଳାଉଥିବା ଲୋକୋ ରନ୍ନିଙ୍ଗ ଷ୍ଟାଫ୍ ଏବଂ ସହଯୋଗୀ ଷ୍ଟାଫ୍ ମାନଙ୍କ ଉପରେ ଆବଶ୍ୟକତା ଠାରୁ ବହୁ ଅଧିକ ସମୟ ଏକ ଅସ୍ଵାଭାବିକ ପରିବେଶ ମଧ୍ୟରେ କାର୍ଯ୍ୟ କରିବାକୁ ପଡୁଛି। ରେଳ ବିଭାଗରେ ୩୧୨୦୦୦ ପଦବୀ ଖାଲି ପଡ଼ିଛି। ସେଥି ରୁ ୧୪୨୦୦୦ ପଦବୀ କେବଳ ସୁରକ୍ଷା ଓ ଯାତ୍ରୀ ନିରାପତ୍ତା ବିଭାଗ ପାଇଁ ଉଦ୍ଦିଷ୍ଟ। ଏଥିରେ ବହୁ ଡ଼୍ରାଇଭର, ଇଞ୍ଜିନିୟର, ଗାର୍ଡ ଏବଂ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି। ଭାରତ ସରକାର ଏବଂ ରେଳ ମନ୍ତ୍ରଣାଳୟ ସମଗ୍ର ରେଳ ବ୍ୟବସ୍ଥା ରେ ମଉଳିକ ଭିତ୍ତିଭୂମିର ବିକାଶ ପାଇଁ ଅର୍ଥ ବିନିଯୋଗ ନକରି ପ୍ରଚାର ଧର୍ମି ବ୍ୟୟବହୁଳ ନୂତନ ରେଳ ଚଳାଚଳ ଘୋଷଣା ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଆହୁରି ଘନୀଭୂତ କରିବ। ରେଳ ଦୁର୍ଘଟଣା ସମ୍ପର୍କୀୟ ଉପରୁକ୍ତ ସମସ୍ତ ଦାବି ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଆଜି ଜଳେଶ୍ଵର ଲୋକାଲ କମିଟି ସିପିଆଇ(ଏମ୍) ତରଫରୁ ଜଳେଶ୍ଵର ତହସିଲଦାରଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜଳେଶ୍ଵର ତହସିଲଦାର ମିହିର ରଞ୍ଜନ ବେହେରାଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମର ନେତୃତ୍ୱ ଦିଲ୍ଲୀପ କୁମାର ଗିରି, ଶିଶିର ହୁଇ, ଦୀପ୍ତିମାନ ଆଚାର୍ଯ୍ୟ,ଜୀତାଂଶୁ ଶେଖର ନନ୍ଦୀ, ପଲ୍ଟୁ ଦାସ, ଜୀବନ ପରିଡ଼ା, ସବିତା ସାହୁ, ରବିନ୍ଦ୍ର ବାରିକ, ରାଜିବ ଲୋଚନ ପଣ୍ଡା, ନିରୋଜ ବେହେରା, ଅଜୟ ପଲାଇ, ଚନ୍ଦନ ଶତପଥୀ, ସୁଶାନ୍ତ କାମିଳା, ଶରତ ମହାନ୍ତି, ଦିଲ୍ଲୀପ ଶତପଥୀ, ସେଖ ନାଜିର ମହମ୍ମଦ, ସୁଶୀଲ ମହାନ୍ତି ପ୍ରମୁଖ ନେଇଥିଲେ।

Post a Comment