ମା ବିଶାଳ।କ୍ଷୀ ମହିଳା ସମିତି ପକ୍ଷରୁ ନାମ୍ପୋରେ ଶ୍ରଦ୍ଧାଞ୍ଜଳି ସଭା


ଜଳେଶ୍ୱର,-୮/୬(ଜଗନ୍ନାଥ ଗୋଛୟତ)- ଗତ ୨ ତାରିଖରେ ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ହୋଇଥିବା ମର୍ମନ୍ତୁକ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ଗ୍ରାମରେ ଥିବା ମା ବିଶାଳ।କ୍ଷୀ ମହିଳା ସମିତି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି।ସମିତିର ସମ୍ପାଦକ ସ୍ନେହଲତା ପଣ୍ଡା(ମମି)ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଜଳେଶ୍ୱର ରେଳ ୟୁଜର୍ସ କମିଟି ସଭାପତି ସୁକୁମାର ରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇ ମୃତ୍ୟୁ ବରଣ କରିଥିବା ରେଳ ଯାତ୍ରୀଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ।କୋଷାଧ୍ୟକ୍ଷ ସବିତା ରାଣୀ ସିଂହ,ରଶ୍ମିତା ଦାସ ମହାପାତ୍ର,ସ୍ୱର୍ଣ୍ଣଲତା ନାୟକ,ମହୁଆ ବସୁ,ମେନକା ପତି, ଜ୍ୟୋତ୍ସ୍ନା ରାଣୀ କାମିଳା,ସ୍ନେହାଞ୍ଜଳି ଭୂୟାଁ,ରାଧାରାଣୀ ଜେନା,ପାଖୀ ଜେନା, ନିୟତି ରାଣୀ ଘୋଷାଲ,ଅବନ୍ତି ସାମଲ,ବନଲତା ପାତ୍ର, ବୀଣାପାଣି କାମିଳା ପ୍ରମୁଖ ସମିତିର କର୍ମକର୍ତ୍ତା ମାନେ ଯୋଗଦେଇ ଏଭଳି ଦୁଃଖଦ ସମୟରେ ପ୍ରଭୁ ଜଗନ୍ନାଥ ତାଙ୍କର ପରିବାରଙ୍କୁ ଶକ୍ତି ଦିଅନ୍ତୁ ବୋଲି ପ୍ରକାଶ କରିଥିଲେ।ପ୍ରାରମ୍ଭରେ ଦିବଂଗତ ଆତ୍ମାର ସଦଗତି ପାଇଁ ମହମବତୀ ଲଗାଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

Post a Comment

Previous Post Next Post