ସମ୍ବଲପୁର ଜିଲ୍ଲାରେ ନୂତନ ସହକାରୀ ଯନ୍ତ୍ରୀ ହେବେ ଜଳେଶ୍ୱର ଅଞ୍ଚଳର ପୁଅ ଇଂ.ରବି ଶଙ୍କର ଦିନ୍ଦା


ଜଳେଶ୍ବର (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକ ଅଧିନସ୍ଥ ଖୁଦିଆମାଝିସାହି ଗ୍ରାମପଞ୍ଚାୟତର ବେହେରାସାହି ଗ୍ରାମର ନବକିଶୋର ଦିନ୍ଦା ଓ ଭାରତୀ ଦିନ୍ଦାଙ୍କ ପୁତ୍ର ରବି ଶଙ୍କର ଦିନ୍ଦା ପିଲାଦିନୁ ମେଧାବୀ ଛାତ୍ର ତଥା ବହୁ ଆୱାର୍ଡ଼ର ଅଧିକାରୀ । ଜେଜେ ବାପା ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ। ନିକଟରେ ସର୍ବଭାତୀୟ ଗେଟ ପରୀକ୍ଷାରେ ୪୭.୯୮% ମାର୍କ ରଖି ନିଜ ଅଂଚଳ ତଥା କଲେଜ ପାଇଁ ଗୌରବ ଆଣିଛନ୍ତି । ୨୦୧୯ରେ ସେ +୨ ବିଜ୍ଞାନ ପଢ଼ି ସାରିବା ପରେ ସର୍ବଭାତୀୟ ଜେଇ ମେନ ପରୀକ୍ଷା ପାସ କରିବା ପରେ ବୈଷୟିକ ଶିକ୍ଷା ପାଇଁ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ କଲେଜ ପାରଳା ମହାରାଜା ସରକାରୀ ସ୍ୱୟଂଚାଳିତ ବୈଷୟିକ ମହାବିଦ୍ୟାଳୟରୁ ବି. ଟେକ ଅଧ୍ୟୟନ କରିଛନ୍ତି । ଗେଟ ପରୀକ୍ଷାରେ ତାଙ୍କର ସର୍ବଭାତୀୟ ରାଙ୍କ ୩୧୨୦ ରହିଥିବା ବେଳେ ଓଡ଼ିଶାରେ ୪୫ ରହିଛି । ନିକଟରେ ସେ ସମ୍ବଲପୁର ଜିଲ୍ଲାର ଓଡ଼ିଶା ସରକାରଙ୍କ ହାଇଡ୍ରୋ କର୍ପୋରେସନ ଲିମିଟେଡ଼ର ସହକାରୀ ଯନ୍ତ୍ରୀ ଭାବରେ ନିଯୁକ୍ତି ମଧ୍ୟ ପାଇଛନ୍ତି । ଆଗାମୀ ଦିନରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦାନ କରିଵା ପାଇଁ କଠିନ ପରିଶ୍ରମ ଜାରି ମଧ୍ୟ ରଖିଛନ୍ତି।

Post a Comment

Previous Post Next Post