ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ନିମନ୍ତେ ପ୍ରସ୍ତୁତି ବୈଠକ


ଜଳେଶ୍ବର (ଜଗନ୍ନାଥ ଗୋଛାୟତ) ବାଲେଶ୍ବର ଜିଲ୍ଲା ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅଧୀନ ହୋଟେଲ ମଧୁବନ ଠାର ଭାଜପା ଜଳେଶ୍ବର ନିର୍ବାଚନ ମଣ୍ଡଳୀର ମଣ୍ଡଳ କାର୍ଯ୍ୟକାରିଣୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଯୁବନେତା ଦିବ୍ୟକାମ୍ ମହାନ୍ତି ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ମଣ୍ଡଳ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି ବୈଠକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତୀୟ ଜନତା ପାର୍ଟି ତରଫରୁ ମେ ୩୦ ଠାରୁ ଜୁନ ୩୦ ପର୍ଯ୍ୟନ୍ତ ବୋଥ ଚାଲ ଓ ଜନସମ୍ପର୍କ ଅଭିଯାନ ବିଷୟରେ ଆଲୋଚନା କରାଯାଇଥିଲା । ଜଳେଶ୍ୱରର ବିଭିନ୍ନ ମଣ୍ଡଳରେ କାର୍ଯ୍ୟକାରିଣୀ କରିବା ବିଷୟରେ ଆଲୋଚନା ହୋଇଥିଲା । ରାଇବଣିଆ ମଣ୍ଡଳ ସଭାପତି ମନୋଜ ସାସମଲ, ସୁବର୍ଣ୍ଣରେଖା ମଣ୍ଡଳ ସଭାପତି ପ୍ରଣବ ପଣ୍ଡା, ପଶ୍ଚିମବାଡ଼ ମଣ୍ଡଳ ସଭାପତି ପ୍ରତାପ ସେନାପତି, ବରିଷ୍ଠ ନେତା ସିଦ୍ଧେଶ୍ୱର ପଣ୍ଡା ଓ ହରେନ୍ଦ୍ର ବେହେରା, ପାଉଁଶକୁଲି ମଣ୍ଡଳ କାର୍ଯ୍ୟକାରୀ ସଭାପତି ନାରାୟଣ ଦତ୍ତ, ସମ୍ପାଦକ ଜ୍ୟୋତିର୍ମୟ ନନ୍ଦ, ବିବେକ ପରିଡା, ସଂଜୀବ ରାଉତ ପୂର୍ବତନ ସରପଞ୍ଚ କେଶବ ପ୍ରଧାନ,ବିଦ୍ୟାଧର ବେହେରା, ରବି ସିଂହ, କମଳଲୋଚନ ଶତପଥି, କାର୍ତ୍ତିକ ସୁର, ରମେଶ ପରିଡା ,ପୂର୍ବତନ ମଣ୍ଡଳ ସଭାପତି ପରେଶ ଘୋଷ ,ଗୋପାଳ ପ୍ରମାଣିକ, ରତ୍ନାକର ଜେନା,ହିମାଂଶୁ ମଲ୍ଲିକ,ଅଚ୍ୟୁତ ମହାନ୍ତି, ଆନନ୍ଦ ମାଝୀ, ନାଥୁରାମ ଅଣ୍ଡିଆ, ସତ୍ୟବାନ ଚନ୍ଦ ପ୍ରମୁଖ ଯୋଗଦେଇ ସଶକ୍ତ ବୁଥ୍‌ ଓ ସକ୍ରିୟ ମଣ୍ଡଳ ଗଠନ ଉପରେ  ଭାଜପା ସଙ୍ଗଠନକୁ ସୁଦୃଢ଼ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।

Post a Comment

Previous Post Next Post