ହରଭଙ୍ଗା ବ୍ଲକରେ ମିଶନ ଲାଇଫ କାର୍ଯ୍ୟକ୍ରମ


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) : ଆଜି ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ଏକ ମିଶନ ଲାଇଫ କାର୍ଯ୍ୟ କ୍ରମ ପୁରୁଣା କଟକ, ସରଧାପୂର ଏବଂ ହରେକୃଷ୍ଣପୁର ଠାରେ ଅନୁଷ୍ଟିତ ହେଇଯାଇଛି । ଏହି କାର୍ଯ୍ୟ କ୍ରମରେ ପ୍ରାୟ ୧୦୦ ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ମିଶନ ଲାଇଫ ର ଥିମ୍ ଅନୁସାରେ ପ୍ରତିଭାଗି ଙ୍କୁ ନେଇ ଯୋଗ ର ଅଭ୍ୟାସ କରାଯାଇଥିଲା। ଯୋଗ କରିବା ଦ୍ୱାରା ଆମେ କେମିତି ସୁସ୍ଥ ରହିବା , ଆମ ଶରୀର ପାଇଁ ଯୋଗ କେତେ ଆବଶ୍ୟକ ଏହା ଉପରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ର ଯୁବ ସ୍ବେଚ୍ଛାସେବୀ ସୁପ୍ରିୟା ଦେହୁରୀ ବୁଝେଇ ଥିଲେ। ସମସ୍ତଙ୍କୁ ନେଇ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇ ଥିଲା । ଏଥି ଆଲୋଚନା ଚକ୍ର ରେ ଶ୍ରୀଯୁକ୍ତ ରଞ୍ଜନ କୁମାର ସାମଲ ପରବର୍ତ୍ତୀ ସମୟରେ ଜାତୀୟ ଯୁବ ସ୍ୱେଛାସେବୀ ସୁଧୀର ଦୀପ ଏବଂ ସୁପ୍ରିୟା ଦେହୁରୀ ଙ୍କ ନେତୃତ୍ୱ ରେ ଶପଥ ପାଠ ମଧ୍ୟ ହୋଇଥିଲା।। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଶ୍ରୀଯୁକ୍ତ ଧିରେନ ସାହୁ, ଅରୁଣ କୁମାର ବେହେରା, ସୁଶାନ୍ତ କୁମାର ବେହେରା ,ଶ୍ରୀଯୁକ୍ତ ରଞ୍ଜନ କୁମାର ସାମଲ ,ଶ୍ରୀପତି ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସରଧାପୂର୍ ର ସ୍ଵଂୟ ସହାୟକ ଗୋଷ୍ଠୀର ମାଆ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ଜାତୀୟ ଯୁବ ସ୍ଵେଚ୍ଛାସେବୀ ସୁଧୀର ଦୀପ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

Previous Post Next Post