ସ୍ମୃତିରେ ପପ୍ରତାପ ସାର


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ନାରାୟଣ ଉଚ୍ଚବିଦ୍ୟାଳୟ ଛତ୍ରଙ୍ଗ ର ହିନ୍ଦୀ ଶିକ୍ଷକ, ମିଷ୍ଟଭାଷୀ, ପରୋପକାରୀ ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁଙ୍କ ବିୟୋଗରେ ଆଜି ପୁରାତନ ଓ ବର୍ତମାନ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ସ୍ଥାନୀୟ ଶ୍ରମିକ ଭବନ ଠାରେ ଅବକାଶ ସାହୁଙ୍କ ଆବାହକତ୍ବରେ ଅଞ୍ଚଳର ସମାଜସେବୀ ସୁଧୀର ଦୀପ ଙ୍କ ସଭାପତିତ୍ୱରେ "ସ୍ମୃତିରେ ପ୍ରତାପ ସାର" ଶୀର୍ଷକ ଏକ କାର୍ଯ୍ୟକ୍ରମ ୨୪ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ପ୍ରାକ୍ତନ ଛାତ୍ର ସଞ୍ଜୟ କୁମାର ପ୍ରଧାନ, ରମାକାନ୍ତ ଭୋକ୍ତା,ଗଗନ ରଣା, ରଞ୍ଜନ ଦଳେଇ,ଅନିଲ ପ୍ରଧାନ, ବବିତା ଦେହୁରୀ,ସଂଯୁକ୍ତା ଭୋକ୍ତା, କାଳିଆ ବେହେରା ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରିଶେଷରେ ଗଗନ ଦେହୁରୀ ଧନ୍ୟବାଦ ଅର୍ପଣ ସହ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

Post a Comment

Previous Post Next Post