ଜଳେଶ୍ୱର ୨୩/୫ (ଜଗନ୍ନାଥ ଗୋଛୟତ) ବାଲେଶ୍ବର ଜିଲ୍ଲାପାଳ ଦତ୍ତତ୍ରୟ ଭାଉସାହେବ ସିନ୍ଧେ ଆଜି ଜଳେଶ୍ୱରର ନାମ୍ପୋ, ସଂପତିଆ, ଖାଲିନା, ସୁଗୋ ପ୍ରଭୁତି ବିଭିନ୍ନ ପଞ୍ଚାୟତର ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ୟୁନିଟ ଗୁଡ଼ିକ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିନ୍ଧେ,ବିଡ଼ିଓ ପୁନମ ରାଉତ,ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ତଥା ନୋଡାଲ ଅଫିସର ଅକ୍ଷୟ କୁମାର ଦାସ, ଓଏଲଏମ ବିପିଏମ ମଧୁମିତା ଦାସ,ମିଶନ ଶକ୍ତି ବିପିଏମ ଲୋପମୁଦ୍ରା ପରିଡା ପ୍ରମୁଖ ନାମ୍ପୋ ଗ୍ରାମର ଏକ ପାପୋଛ ୟୁନିଟ ପରିଦର୍ଶନ କରି ସେଠାରେ କାର୍ଯ୍ୟରତ ମହିଳା ମାନଙ୍କୁ ବିଭିନ୍ନ ଅଭାବ ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।ଗୋଟିଏ ପଂଚାୟତ,ଗୋଟିଏ ଉତ୍ପାଦ ଯୋଜନାରେ କିପରି ଏହି ୟୁନିଟକୁ ସାମିଲ କରାଯାଇପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ଜଳେଶ୍ୱରର ବିଡ଼ିଓ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ।ଏହି ଆଲୋଚନା ସମୟରେ ସରପଞ୍ଚ ପ୍ରତିନିଧି ଅରୁଣ କୁମାର ରାଉଳ,ମାଷ୍ଟ୍ରର ଟ୍ରେନର କେଦାର ନାଥ ପରିଡ଼ା, ପୂର୍ବତନ ସମିତି ସଦସ୍ୟା ସର୍ଵଜୟା ପତି, ସିଆରପି ସ୍ୱର୍ଣ୍ଣଲତା ନାୟକ, ଏମବିକେ ସ୍ନେହଞ୍ଜଳି ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment