ଜଳେଶ୍ୱର, (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକ ଅଧୀନରେ ଥିବା ୫୯ ଟି ହାଇସ୍କୁଲର ଚଳିତ ୨୦୨୨/୨୩ ବର୍ଷରେ ୧୨୦ ଜଣ ଛାତ୍ରଛାତ୍ରୀ ଏ-୧ ରେ ସଫଳତା ହାସଲ କରିଥିବା ବେଳେ ୧୮ ଜଣ ବ୍ଲକ ଟପର ହୋଇଛନ୍ତି।ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ମୁନ୍ସୀପାଲଟି ଅଧୀନରେ ଥିବା ଶ୍ରୀନାଥ ଚନ୍ଦ୍ର ସୀମାନ୍ତ ହାଇସ୍କୁଲ ଶାନ୍ତିଆରେ ଜଳେଶ୍ୱର ବ୍ଲକ ସ୍ତରୀୟ ମ୍ୟାଟ୍ରିକ ଏ-୧ ମେଧା ସମ୍ମାନ ଉତ୍ସବ ଜଳେଶ୍ୱର ଗୋଷ୍ଠିଶିକ୍ଷାଧିକାରୀ କାଳିନ୍ଦୀ ସରେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଓଡିଶା ସରକାରଙ୍କ ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି,ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱନୀ କୁମାର ପାତ୍ର ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଜିଲ୍ଲା ପରିଷଦ ଉପ ସଭାପତି ଅନୁସୟା ପ୍ରଧାନ, ବ୍ଲକ ଅଧକ୍ଷ ମାନସ କୁମାର ଯେନା,ଉପଧକ୍ଷା ସଂଚିତା ସେନାପତି,ମୁନ୍ସୀପାଲଟି ଅଧକ୍ଷ ପ୍ରତିପ କୁମାର ପ୍ରଧାନ, ବିଦ୍ୟାଳୟ କମିଟିର ସଭପତି ଅରୁଣ କୁମାର ବେଜ,ଅତିରିକ୍ତ ଗୋଷ୍ଠିଶିକ୍ଷାଧିକାରୀ ସୁଶାନ୍ତ କୁମାର ଜେନା,ଅଜୟ କୁମାର ଜେନା ଓ ଜ୍ୟୋତ୍ସ୍ନା ରାଣୀ ପ୍ରଧାବ,ସଭାପତି ଓଷ୍ଠା ବାଲେଶ୍ୱର ମନୋରଞ୍ଜନ ଦାସ,ସମ୍ପାଦକ ଓଷ୍ଠା ବାଲେଶ୍ୱର ବିଜୟ କୁମାର ପାତ୍ର ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ହରେନ୍ଦ୍ର କୁମାର ମହନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜଳେଶ୍ୱର ବ୍ଲକ ଓଷ୍ଠା ସଭାପତି ସୁକୁମାର ମିଶ୍ର ମଞ୍ଚ ଆହ୍ୱାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ବାରିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏ-୧ ରେ ପାସ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମନ୍ତ୍ରୀ ଉପହାର ଦେଇ ମ୍ୟାଟ୍ରିକ ଏ-୧ ମେଧା ସମ୍ମାନରେ ସମ୍ମାନିତ କରିଥିଲେ।

Post a Comment