ଜଳେଶ୍ୱର, (ଜଗନ୍ନାଥ ଗୋଛାୟତ) ଆମ ସମାଜର ସବୁଠାରୁ ନିଷ୍ପେସିତ ଓ ଦଳିତ ବର୍ଗରେ ଯଦିକେହି ଥାଏ ସେ ହେଉଛି ଚାଷୀ । ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ବହୁକିଛି ପ୍ରକଳ୍ପ ତଥା ସୁବିଧା ସୁଯୋଗ ପ୍ରଦାନ କରିଥିବା ବେଳେ ବିଭାଗୀୟ ଅଧିକାରୀ ଓ କିଛି ନେତାମାନଙ୍କ ଯୋଗୁଁ ସବୁବେଳେ ଚାଷୀ ବଳି ପଡୁଥିବାର ଦେଖିବାକୁ ମିଳିଛି । ସେହିପରି ଏକ ପାଣି ପଂଚାୟତକୁ ନେଇ ଚାଲିଥିବା ସମସ୍ୟା ଯୋଗୁଁ ୨୫ତାରିଖ ଗୁରୁବାର ପୂର୍ବାହ୍ନ ୧୦ଟାରୁ ଜଳେଶ୍ୱର ଉଠା ଜଳସେଚନ (ଓଏଲଆଇସି) ମୁଖ୍ୟଯନ୍ତ୍ରୀ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଏକ ପାଣିପଂଚାୟତକୁ ନେଇ ଚାଷୀମାନେ ଆମରଣ ଅନଶନରେ ବସିଥିବାର ଦେଖିବାକୁ ମିଳିଛି । ଘଟଣାରୁ ଜଣାଯାଇଛି ଯେ ଜଳେଶ୍ୱର ବ୍ଲକ ମହମ୍ମଦନଗର ପାଟଣା-୧ରେ ଏକ ପାଣିପଂଚାୟତ କାର୍ଯ୍ୟପାଇଁ ଗତ ବର୍ଷରୁ ସରକାରୀ ମଂଜୁରୀ ପାଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା । ଗତ ରବିଧାନ ଫସଲ ସମୟରେ ଏହାର କାର୍ଯ୍ୟ ଶେଷ ହୋଇପାରି ନ ଥିବାରୁ ଚାଷୀମାନେ ପାଣି ପାଇ ପାରିଲେ ନାହିଁ । ପ୍ରକଳ୍ପ କାର୍ଯ୍ୟ ଅଧାହୋଇ ରହିଥିବା ବେଳେ ରବିଫସଲ ପରେ କିଛିଦିନ କାର୍ଯ୍ୟ କରିବା ପରେ ଠିକାଦାର କାର୍ଯ୍ୟ ବନ୍ଦ କରିଦେଇ ଥିବାରୁ ତୁରନ୍ତ କାର୍ଯ୍ୟଶେଷ କରିବା ଦାବୀ ନେଇ ଏହି ଆମରଣ ଅନଶନ ବୋଲି ଚାଷୀମାନେ ଜଣାଇଛନ୍ତି । ଏହି ଅନଶନରେ ଚାଷୀ ରାଧାଶ୍ୟାମ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଅନାଦି ସାହୁ, ଦୁର୍ଗା ଶଙ୍କର ଦାସ, ନାରାୟଣ ସାହୁ, ଗୈାତମ ସାହୁ, ରାମକୃଷ୍ଣ ନନ୍ଦୀ, ପ୍ରଶାନ୍ତ କୁମାର ସାହୁ, କୃପାସିନ୍ଧୁ ସାହୁ, ରାମଶଙ୍କର ଚନ୍ଦଙ୍କ ସହିତ ବହୁ ଚାଷୀ ଧାରଣାରେ ଯୋଗଦେଇଥିଲେ । ଶେଷରେ ବିଭାଗୀୟ ଅଧିକାରୀ ପହଂଚି ୩ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନକାରୀ ଚାଷୀମାନେ ଅନଶନ ଭଙ୍ଗ କରିଥିଲେ ।

Post a Comment