ନୂଆପଡ଼ା (ପରମେଶ୍ୱର ମେହେର) ପାଣି ଟୋପେ ପାଇଁ ହନ୍ତ ସନ୍ଥ ଗ୍ରାମବାସୀ । ଗୋଟିଏ କି ଦୁଇଲୋକ ନୁହେଁ ପ୍ରାୟ ଗ୍ରାମର ଅନେକ ଲୋକଙ୍କ ସମାନ ସମସ୍ୟା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନୂଆପଡା ଜିଲ୍ଲାରେ ୪୨ ପ୍ରତିଶତ ଖରା ବଢିଥିବା ବେଲେ ଲୋକେ ଖରା ଦାଉରୁ ଥଣ୍ଡା ପିଇବା ପାଣିଟିକେ ମଧ୍ୟ ପିଇପାରୁନାହାନ୍ତି । ଧନୀ ଶ୍ରେଣୀର ଲୋକେ ଘରେ ଫ୍ରିଜ୍ ଓ ଅନ୍ୟାନ୍ୟ ଉପକରଣ ବ୍ୟବହାର କରୁଥିବା ବେଳେ ଗରିବ ଶ୍ରେଣୀର ଲୋକେ ମୁଖ୍ୟତଃ ଖରାମାସରେ ମାଟିହାଣ୍ଡି ପାଣିକୁ ଭରସା କରିଥାନ୍ତି । ଯେହେତୁ ନୁଆଁ ମାଟି ହାଣ୍ଡିର ପାଣି ପ୍ରବଳ ଥଣ୍ଡା ରହିବା ସହ ପିଇବାକୁ ସୁସ୍ୱାଦୁ ଲାଗିଥାଏ ଓ ଅନେକ ଗ୍ରାମର କେତେକ ଛକ୍ ରେ ଜଲଛତ୍ର ମାନଙ୍କରେ ପିଇବା ପାଣି ର ବ୍ୟବସ୍ଥା ଦେଖିବାକୁ ମିଳୁଛି କିନ୍ତୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡ଼ା ଗ୍ରାମ ପଞ୍ଚାୟତ ର ସରାଧାପୁର, କର୍ଲାପାଣି, ନଦିଗାଁ ଓ ଘଣ୍ଟିଗୁଡ଼ା ଗ୍ରାମରେ କୌଣସି ଜାଗା ରେ ମଧ୍ୟ ଜଲଛତ୍ର ନଥିବାର ଦେଖିବାକୁ ମିଳିଛି । ଏନେଇ ମେମ୍ବର ଠାରୁ ଆରମ୍ଭ କରି ସମିତି ଓ ସରପଞ୍ଚ ଙ୍କୁ ମଧ୍ୟ ବାରମ୍ବାର ଜଣାଇଥିବାସତ୍ୱେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖରା ମାସ ସାରିବାକୁ ଯାଉଛି ହେଲେ ଏ ପ୍ରତି କୌଣସି ପଦକ୍ଷେପ ନିଆଯାଇନାହିଁ ।ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ପଞ୍ଚାୟତବାସି ଦାବୀ କରିଛନ୍ତି ।

Post a Comment