ବିରାମଚନ୍ଦ୍ରପୁର ଗ୍ରାମରେ ୫୯ଶିତଳ ଷଷ୍ଠି ଯାତ୍ରା ପାଳିତ

୨ ଦିନ ଧରି ଖୁବ ଧୁମ ଧାମରେ ସାଂକୃତିକ କାର୍ଯ୍ୟକ୍ରମ


ହରଭଙ୍ଗା ୨୫/୫ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିରାମଚନ୍ଦ୍ରପୁର ଗ୍ରାମରେ ଦିର୍ଘ ୫୯ବର୍ଷ ହେବ ବାବା ଶୁବଣ୍ଣେ ସ୍ବରଙ୍କ ମାତା ପାର୍ବତୀଙ୍କ ସହିତ ବିବାହ କାଯ୍ୟ ମହା ସମାରୋହରେ ପାଳିତ ହୋଇ ଯାଇଛି। ଭଗବାନ ମହାଦେବଙ୍କପିତା ଜିବରଧନ ଗଇନ୍ଦ୍ର ହୋଇଥିବା ବେଳେ ମାତା ପାର୍ବତୀଙ୍କ ପିତା ଶୁଶିଳ ମିଶ୍ର ହୋଇଥିଲେ।ମହାଆଡମ୍ବର ଶହିତ ଶଙ୍କର ଭଗବାନଙ୍କ ବରଯାତ୍ରି ବିରନରସିଂହପୁର ଠାରୁ ବାହାରି ବିରାମ ଚନ୍ଦ୍ର ଗ୍ରାମରେ ପହଞ୍ଚି ଥିଲେ।ଶଙ୍କର ଭଗବାନଙ୍କୁ  କନ୍ୟା ପିତା ବରଣ କରି  ବିବାହ ବେଦୀକୁ ପାଛୋଟି ନେଇଥିଲେ ତାପରେ ରିତିନିତି ଅନୁସାରେ ବିବାହ କାଯ୍ୟ ହୋଇଥିଲା । ପଣ୍ଡିତ ଚିତରଞ୍ଜନ ମିଶ୍ର ଙ୍କ ଦ୍ବାରା ବିବାହ କାଯ୍ୟ ସଂଫଣ୍ଣ କରାଯାଇଥିଲା ।ତାପରଦିନ ମାତା ପର୍ବତିଙ୍କୁ ତାଙ୍କ ଶାଶୁ ଘରକୁ ବିଦାୟ ଦିଆ ଯାଇଥିଲା । ଏହି ଯାତ୍ରା ପ୍ରତିବର୍ଷ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଦୁଇଦିନ ଧରି ପାଳନ କରାଯାଏ । ଗ୍ରାମର ଯୁବକ ସଂଙ୍ଘ ପକ୍ଷରୁ ଦୁଇ ଦିନ ଧରି "ସୁଖ ସାତପର ଦୁଃଖ ନିଜର "ଓ "ଅକୁହା କାହାଣି ସୁଣିବ କିଏ "ଅପେରା କରାଯାଇଥିଲା ।ଗ୍ରାମର ସଭାପତୀ ବୁଦ୍ଧି ସାଗର ମିଶ୍ର ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ହୋଇଥିଲା ।

Post a Comment

Previous Post Next Post