ଜଳେଶ୍ୱର ୧/୪ (ଜଗନ୍ନାଥ ଗୋଛାୟତ) ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ ଓ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ଜଳେଶ୍ବରର ମିଳିତ ଆନୁକୂଲ୍ୟରେ ୮୮ତମ ଉତ୍କଳ ଦିବସ ଭଞ୍ଜ ଭବନ ସଭାକଷରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ରମାକାନ୍ତ ଭଞ୍ଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ 'କିଛି କଥା କିଛି କବିତା 'କାର୍ଯ୍ଯକ୍ରମରେ ବହୁ ପ୍ରାବନ୍ଧିକ, ଗାଳ୍ପିକ,କବି ତଥା ସାହିତ୍ୟ ଓ ସଂସ୍କୃତି ଅନୁରାଗୀ ବ୍ୟକ୍ତି ଯୋଗ ଦେଇଥିଲେ। କାର୍ଯକ୍ରମର ପ୍ରାରମ୍ଭରେ ସଂସଦର ସମ୍ପାଦକ ଅକ୍ଷୟ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ନାଗରିକ ସୁରକ୍ଷା ମଞ୍ଚର ସମ୍ପାଦକ ଡକ୍ଟର ଲଳିତ ରଞ୍ଜନ ସେନାପତି ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଓଡ଼ିଆ ଭାଷାକୁ ସୁରକ୍ଷା ଓ ସମ୍ପ୍ରସାରଣ ପାଇଁ ଭାଷାକୁ ଜ୍ଞାନ ବିଜ୍ଞାନ ସହିତ ଯୋଡିବା, ଏହାକୁ ସରକାରୀ ଭାଷା ରୂପେ ବ୍ୟବହାର କରିବା, କୋର୍ଟ କଚେରୀର ଭାଷା ରୂପେ ମାନ୍ୟତା ଦେବା ସଙ୍ଗେ ସଙ୍ଗେ ସମସ୍ତ ପ୍ରବେଶିକା ପରୀକ୍ଷା ଓଡ଼ିଆ ଭାଷାରେ କରାଯିବାକୁ ବକ୍ତାମାନେ ଦୃଢ ମତ ପୋଷଣ କରିଥିଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ୮୭ ବର୍ଷ ପରେ ମଧ୍ୟ ସୀମା ବିବାଦ ଜନିତ ସମସ୍ୟା ଲାଗି ରହିବା ପ୍ରତ୍ୟେକ ଓଡିଆଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ନୂତନ ପ୍ରଦେଶର ଜନ୍ମ ଲଗ୍ନରୁ ଯେଉଁ ଜିଲ୍ଲା ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହି ଆସିଛି ସେହି କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ଅବସ୍ଥିତିକୁ ନେଇ ଆଜି ଯାହା ଯାହା ଘଟୁଛି ତାହା ପ୍ରତିଟି ଓଡ଼ିଆ ପ୍ରଣାରେ ବ୍ୟଥା ଭରି ଦେଉଛି ।ଏ ସବୁ ସମସ୍ୟାର ସମାଧାନ ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବା ନିମନ୍ତେ ସଭାରେ ବକ୍ତାମାନେ ଆହ୍ବାନ ଦେଇଥିଲେ।ଏହି ସଭାରେ ସଂସଦର ଉପସଭାପତି ଦିଲ୍ଲିପ ଗିରି,ସହ ସମ୍ପାଦକ ସୁକୁମାର ରଣା,ସମାଜସେବୀ ଶିଶିର ହୁଇ, ଶୀତାଂଶୁ ସେନାପତି,ଅରୁଣ ବେଜ, ବିଶିଷ୍ଟ କବି ବସନ୍ତ ଦାସ, ଜ୍ୟୋତ୍ସ୍ନା ମିଶ୍ର,ଗିରିଶ ପାଣିଗ୍ରାହୀ, ଅପର୍ଣ୍ଣା ଚୌଧୁରୀ ଶିକ୍ଷକ ନେତା ମନୋରଞ୍ଜନ ଦାସ, ବଂଶୀଧର ବାରିକ, କାଳୀ ଚରଣ ପୁଷ୍ଟି,,ସୁନିଲ ଗିରି, ସତ୍ୟବ୍ରତ ଶତପଥୀ, ଆଇନଜୀବୀ ଜୀତାଂଶୁ ନନ୍ଦୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବହୁ କବି ଉତ୍କଳ ଦିବସକୁ ନେଇ ସ୍ବରଚିତ କବିତା ପାଠ ମଧ୍ୟ କରିଥିଲେ ।ଏହି କବିତା ପାଠ କାର୍ଯ୍ୟକ୍ରମକୁ ଶିକ୍ଷାବିତ ରାଜାରାମ କରଶର୍ମା ପରିଚାଳନା କରିଥିବା ବେଳେ ସୁରକ୍ଷା ମଞ୍ଚର ଉପସଭାପତି ଭାସ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସଭା ଆରମ୍ଭ ପୂର୍ବରୁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅବଦାନ ଥିବା ସମସ୍ତ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ।

Post a Comment