ଉଦନ୍ତୀ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ


ନୁଆପଡ଼ା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ସିନାପାଲିର ଲୋକ ମହୋତ୍ସବ ଉଦନ୍ତୀ ମହୋତ୍ସବ ଆସନ୍ତା ଏପ୍ରିଲ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ଅନୁଷ୍ଠିତ ହେବାକୁ ନିଷ୍ପତି ହୋଇଛି । ଶୁକ୍ରବାର ଏନେଇ ସିନାପାଲି ବ୍ଲକ ପରିସରରେ ଉର୍ତ୍ସବ ପାଳନ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ରେ ହେବାକୁଥିବା ଉତ୍ସବ ପାଳନ ନେଇ ଅତିଥି ନିମନ୍ତ୍ରଣ, ସଂସ୍କୃତିକ କାର୍ଯ୍ୟକ୍ରମ ମିନବଜାର ଗାଡି ପାର୍କିଂ ତଥା ଅନନ୍ୟା ସୁବ୍ୟବସ୍ଥା ଉପରେ ମହୋତ୍ସବ ପାଳନ କମିଟି ସଭାପତି ସିନାପାଲି ବ୍ଲକ ଅଧକ୍ଷା ମାଧୁରୀ ମାଝୀ ପ୍ରକାଶ କରିଥିଲେ । ଏହି ସମ୍ମିଳନୀ ରେ ଶ୍ରୀମତୀ ମାଝୀ, ସମ୍ପାଦକ ପ୍ରିୟରଞ୍ଜନ ମେହେର, ଉପସଭାପତି ଅରିଗଞ୍ଜନ ଯୋଶୀ, ଘଣ୍ଟିଗୁଡା ସରପଞ୍ଚ ତଥା ସିନାପାଲି ବ୍ଲକ ସରପଞ୍ଚ ସଙ୍ଘ ସଭାପତି ଖୁଟୁରାମ ସୁନାନୀ, ନବ ମେହେର ସମତେ ଅନ୍ୟାନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ ।

Post a Comment

Previous Post Next Post