ଆଦର୍ଶ ପ୍ରଧାନ ଶିକ୍ଷକ ନାରାୟଣ ବିଶ୍ୱାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ


ଜଳେଶ୍ବର ୦୧/୦୪ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ବ୍ଳକ ପାଇକସିଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନାରାୟଣ ବିଶ୍ୱାଳ ଚାକିରୀରୁ ଅବସର ଗ୍ରହଣ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟିର ସଭ୍ୟସଭ୍ୟାଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଆଲମୁନି କମିଟିର ସଭାପତି ବିଜୟ କୁମାର ପରିଡ଼ା ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଅଷ୍ଟା ସମ୍ପାଦକ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବରେ ଅଷ୍ଟା ବ୍ଲକ ସଭାପତି ସୁକୁମାର ମିଶ୍ର, ସମ୍ପାଦକ ଅଜିତ ମହାନ୍ତି, ପ୍ରାକ୍ତନ ଶିକ୍ଷକ ରବିନ କୁମାର ମିଶ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସରୋଜ କୁମାର ଗିରି, ବିଦ୍ୟାଳୟର ଉପଦେଷ୍ଟା କାହ୍ନୁଚରଣ ମହାନ୍ତି, ଜୟଚଣ୍ଡୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ପ୍ରୀତିଲତା ହେମ୍ବ୍ରମ,ପାଇକସିଦା କ୍ଲଷ୍ଟର ସି ଆର ସି ସି ରାମଚନ୍ଦ୍ର ଜେନା,ଚିତିମିଶ୍ରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାମିନୀକାନ୍ତ ସେଠୀ,ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶମ୍ଭୁନାଥ ସରେନ,ଶୁଭଶ୍ରୀ ହେମ୍ବ୍ରମ,ମମତା ବେହେରା, ଅଙ୍କିତା ମାଝୀ, ଗଣେଶ ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ଜେନା, ସୁଧାଂଶୁ ପଳେଇ, ସଂଜୁଲତା ମଣ୍ଡଳ, ସଂଜୀବ ପରିଡ଼ା, ବିକାଶ ପରିଡ଼ା ଓ ଶିକ୍ଷାକର୍ମୀ ହରିଶଚନ୍ଦ୍ର ସାହୁ ଆଦି ସଭାରେ ଅଂଶ ଗ୍ରହଣ କରିଥିଲେ।
 ଶ୍ରୀ ବିଶ୍ବାଳ ଜଣେ ଅମାଇକ ଭଦ୍ର, କର୍ତ୍ତବ୍ୟ ନିଷ୍ଠ ,ସ୍ନେହୀ , ଆଦର୍ଶ ଶିକ୍ଷକ ଯିଏ ପଦ୍ମ ଲୋଚନ ହାଇସ୍କୁଲ,ଜଗାଇରେ ଦୀର୍ଘ ଦିନ ଶିକ୍ଷକତା କରିଥିଲେ,ସେ ଚାକିରୀରୁ ଅବସର ଶୋଭାରେ ସଙ୍ଗଠନ ତରଫରୁ ଅନେକ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ପରିଶେଷରେ ଭକ୍ତହରି ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post