ନୂଆପଡ଼ା,(ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ଗ୍ରାମପଞ୍ଚାୟତରେ ଅଧୀନରେ ରହିଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଉପରେ କରଙ୍ଗାମାଲ ଗ୍ରାମପଞ୍ଚାୟତ , ରୋକାଲ ଗ୍ରାମପଞ୍ଚାୟତ ,ବାବେବୀର ଗ୍ରାମପଞ୍ଚାୟତ ,ଲିଟିସର୍ଗି ଗ୍ରାମପଞ୍ଚାୟତ ମାନଙ୍କର ହଜାର ହଜାର ଜନସାଧାରଣ ନିର୍ଭର କରିଥାନ୍ତି। ଏବଂ ପ୍ରତ୍ୟେକ ଦିନ ସହ ସହ ଲୋକେ କିଏ ଟଙ୍କା ଉଠାଣ ପାଇଁ ତ କିଏ ଟଙ୍କା ଜମା ପାଇଁ ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତା,ବିକଲାଙ୍ଗ ଭତା ଏମିତି ଅନେକ ଲୋକ ଅନେକ କାର୍ଯ୍ୟ ନେଇ ନିଜ ଘର ଛାଡ଼ି ଛୋଟ ଛୋଟ ଛୁଆ ମାନଙ୍କୁ ଧରି ଟାଣ ଖରାରେ ଆସିଥାନ୍ତି। ହେଲେ ବ୍ୟାଙ୍କ କର୍ମଚାରୀଙ୍କ ଦାଇତ୍ୱରେ ଅବହେଳା ଯୋଗୁଁ ଲୋକେ ଟାଣ ଖରାରେ ରହି ବ୍ୟାଙ୍କ କର୍ମଚାରୀଙ୍କ ଆସିବାର ବାଟକୁ ଜଗି ବସିଥାନ୍ତି। ହେଲେ ବାଟ ଦେଖି ଦେଖି ଦିନ ୧୧ ରୁ ୧୨ ଅତି କ୍ରମ କରିଗଲେ ମଧ୍ୟ କାହାର ଦେଖା ମିଳେ ନାହିଁ। ଏହି ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ସମ୍ପର୍କରେ ଆଗରୁ ମଧ୍ୟ ଖବର ପ୍ରସାରଣ କରାଯାଇଥିଲା ହେଳେ କିଛି ପରିବର୍ତ୍ତନ ଦେଖା ଦେଇନାହିଁ। ଯାହା ଫଳରେ ଲୋକେ ହଇରାଣ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁକରି ଉକ୍ତ ବ୍ୟଙ୍କୁ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲୋକେ ଦାବି କରିଛନ୍ତି।

Post a Comment