ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା ଗ୍ରାମରେ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ପାଇଁ ଅନୁଷ୍ଠିତ ହୋଇଥିବା କଳସ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଓଡିଶା ସରକାର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ।ସମସ୍ତେ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିଥିବା ବେଳେ ଘଣ୍ଟ ବାଦ୍ୟ, ସଂକୀର୍ତ୍ତନ ର ତାଳେ ତାଳେ ପ୍ରାଚୀନ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ପାତାଳେଶ୍ୱର ଶିବ ମନ୍ଦିର ର ପୋଖରୀ ରୁ ରୀତିନୀତି ଅନୁସାରେ ଜଳ ସଂଗ୍ରହ କରି ୮୦୦ ମିଟର ରାସ୍ତା ଅତିକ୍ରମ କରି ଯଜ୍ଞ ମଣ୍ଡପ ସ୍ଥଳୀ ରେ ଉତ୍ସାହ ,ଉଦ୍ଧିପନା ଓ ଧର୍ମ ବିଶ୍ୱାସ ର ସହିତ ସଫଳତା ର ସହିତ ପହଞ୍ଚିଥିଲେ। ଏହି କଳସ ଶୋଭା ଯାତ୍ରା ରେ ଶତାଧିକ ମହିଳା ସାମିଲ ହୋଇଥିଲେ । ବୁଦ୍ଧିକୋମନା ଗ୍ରାମବାସୀ ଉକ୍ତ ଯଜ୍ଞ ଆୟୋଜନ କରୁଥିବା ବେଳେ କର୍ତ୍ତା ଭାବରେ ଅଜୟ ପଣ୍ଡା ଓ ତାଙ୍କ ଧର୍ମ ପତ୍ନୀ ସ ଧର୍ମ ପାଳନ ପୂର୍ବକ କାର୍ଯ୍ୟନିର୍ବାହ କରୁଛନ୍ତି,ସେହିପରି ମୁଖ୍ୟ ପୁରୋହିତ ଭୋରାମ ପଣ୍ଡା ଦାୟିତ୍ୱ ତୁଲାଇବା ପାଇଁ ନିୟୋଜନ ଅଛନ୍ତ । ଗୋଟିଏ ମହିଳା ଓ ଛଅଟି ପୁରୁଷ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିବେ। କଳସ ଯାତ୍ରା ରେ ଗ୍ରାମର ଯୁବକ, ଯୁବତୀ, ବୃଦ୍ଧା, ବୃଦ୍ଧ, ଅକାଗ୍ର ଚିତ୍ତରେ ସାମିଲ ହୋଇ କଳସଧାରୀ ମହିଳା ମାନଙ୍କୁ ପଥ ଅତିକ୍ରମ କରିବାରେ ଉତ୍ସାହ ପ୍ରଦାନ କରିଥିଲେ। ପୂଜା କମିଟି ସଦସ୍ୟ ସୁଧୀର ପଣ୍ଡା, ଦେବେନ୍ଦ୍ର ପଣ୍ଡା, ଓଂକାର ଖମାରୀ, ଭୋଦେବ ସିଂ ଚିନ୍ଦା, ବିବେକାନନ୍ଦ ମାହାନ୍ତି, ଧନପତି ପଣ୍ଡା,ସୀତାକାନ୍ତ ସିଂ ଦେଓ, ମୁରଲୀ ପାଢ଼ୀ,ପ୍ରମୁଖ ସହଯୋଗ କରିଥିଲେ
ଭବ୍ୟ କଳସ ଶୋଭାଯାତ୍ରାରେ ସାମିଲ ହେଲେ ମନ୍ତ୍ରୀ
ଆଜତକ ଓଡ଼ିଶା
0
Post a Comment