ଉତ୍କଳ ଦିବସ ପାଳିତ


ବାଲେଶ୍ୱର,( ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅଞ୍ଚଳରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଉତ୍କଳ ଦିବସ ପାଳିତ ହୋଇଥିବା ବେଳେ ଶନିବାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ "ଆଶା" ଦ୍ଵାରା ପରିଚାଳିତ "ଲକ୍ଷ୍ମୀ ବାସନ୍ତୀ ମୂକ ଓ ବଧିର ସ୍ଵତନ୍ତ୍ର ଆବାସିକ ବିଦ୍ୟାଳୟ", ଏଲିନା ଏଲିଶା ମାନସିକ ଅନଗ୍ରସର ବିଦ୍ୟାଳୟ ଏବଂ ଆଶା ଫିଜିଓ ଥେରାପି ସେଣ୍ଟରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଉକ୍ତ ଦିବସରେ "ଆଶା" ର ପ୍ରତିଷ୍ଠାତା, ସମ୍ପାଦକ, ସମାଜ ସେବୀ ଶ୍ରୀଯୁକ୍ତ ଅମର କୁମାର ପାଳ ପୌରହିତ୍ୟ କରିବା ସହିତ ଓଡିଶାର ପୂର୍ବ ଗୌରବ ଓ ଐତିହ୍ୟ ବାବଦରେ ଅନେକ ସାରଗର୍ଭକ ଉପାଦେୟ ତଥ୍ୟ ମାନ ଉପସ୍ଥାପନ କରିବା ସହିତ ପୂର୍ବତନ ସଂପାଦିକା ମଞ୍ଜୁବତୀ ବିଶ୍ଵାଳ ଓଡ଼ିଆ ଜାତିର ସାହିତ୍ୟ ଓ ସଂସ୍କୃତି ବାବଦରେ ବକ୍ତବ୍ୟ ରଖିଥିଲେ। ଉପାଧକ୍ଷା ଅପରାଜିତା ସେନାପତିଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ ହୋଇଥିଲା। ଏଥିରେ ଚନ୍ଦନ କୁମାର ବିଶ୍ଵାଳ, ସ୍ମୀତାରାଣୀ ମହାପାତ୍ର, ନିର୍ମଳା ବାସିନୀ ସେନାପତି ମଧ୍ୟ ବକ୍ତବ୍ୟ ରଖିଥିଲେ । ଏଥିରେ ପ୍ରଦୀପ କୁମାର ସାହୁ, ସୁମନା ପରିଡା, ପ୍ରଜ୍ଞା ପ୍ରକାଶ ପାଳ, ଅରୁଣ କୁମାର ଦାସ, ଜୟଶ୍ରୀ ସ୍ୱାଇଁ, ଭକ୍ତ ରଞ୍ଜନ ସାହୁ, ନରୋତ୍ତମ ବିଶ୍ଵାଳ, ଅଶୋକ ବିଶ୍ଵାଳ ପ୍ରଭୃତି ଉପସ୍ଥିତ ଥିଲେ

Post a Comment

Previous Post Next Post