ଭବାନୀପାଟଣା/ଧର୍ମଗଡ ୧/୪ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଲୋକ ସୂଚନା ଅଧିକାରୀ ଙ୍କ ତରଫ ରୁ ୮୮ ତମ ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଉପଜିଲ୍ଲାପାଳ ବେଦଭୂଷଣ ଯୋଗ ଦେଇଥିବା ବେଳେ ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା, ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର, ଉପଖଣ୍ଡ ପୋଲିସ ଅଧିକାରୀ ଧୀରାଜ କୁମାର ଚୋପଦାର,ବିଡ଼ିଓ ଶରତ କୁମାର ସେଠୀ ଓ ବିଶିଷ୍ଟ ଶିକ୍ଷାବିତ ପ୍ରତାପ ମୁଣ୍ଡ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ ,ଏହି ଅବସରରେ ମଞ୍ଚାସିନ ଅତିଥି ମାନେ ନିଜନିଜ ବକ୍ତବ୍ୟ ରେ ଓଡ଼ିଶାର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନକରି ସ୍ତୃତି ଚାରଣ କରିଥିଲେ ,ପରିଶେଷରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Post a Comment