କଣ୍ଟାମାଳ :(ମନଧର କରମି) ରାଜ୍ୟ ସରକାରଙ୍କ ଇ ଗ୍ରିଭେନ୍ସ ସେଲ କୁ ସଠିକ ଭାବରେ ଉପଯୋଗ କରିବା ସହିତ 5T କୁ ନେଇ ସଚେତନତା କରୁଛନ୍ତି। ଢେଙ୍କାନାଳ ଜିଲ୍ଲା ଖଇରାବାହାଳୀ ଗ୍ରାମର ଛାତ୍ର ତଥା ସମାଜସେବୀ ବିନୟ କୁମାର ନାଏକ ସୋସିଆଲ ମିଡ଼ିଆକୁ କରୁଛନ୍ତି ପ୍ରମୁଖ ଅସ୍ତ୍ର ଟ୍ୱୀଟରରେ କରୁଛନ୍ତି ସମସ୍ୟାର ସମାଧାନ ଗରୀବ ଅସହାୟଙ୍କ ବୁଝୁଛନ୍ତୀ ଦୁଃଖ। ସାଧାରଣ ଘରର ପୁଅ ହୋଇଥିଲେ ମଧ୍ୟ କାମ ତାଙ୍କର ଅସାଧାରଣ ଚୁଟକି ମାରିକି ସମାଧାନ କରନ୍ତି ଗରିବଙ୍କ ସମସ୍ୟା ଗାଁ ଠାରୁ ସହର ଏବଂ ସହରଠୁ ନଗର ଗରୀବ ଲୋକଙ୍କ ଦୁଃଖ ବୁଝିବାକୁ ପ୍ରକଟ ହୋଇଯାଆନ୍ତି ବିନୟ ସ୍ଥାନୀୟ ଅଞ୍ଚଳରେ ସାଜିଛନ୍ତି ଲୋକଙ୍କର ଆଶାର କିରଣ। ଆଉ ଟ୍ୱୀଟ କରି ସମାଧାନ କରିଛନ୍ତି ୪୦୦ ସମସ୍ୟା। ସୋସିଆଲ ମିଡିଆକୁ ଅସ୍ତ୍ର କରି ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି। ରାତି ପାହିଲେ ଟ୍ଵୀଟର ବଏଙ୍କ ଘରେ ଜମୁଛି ଲୋକମାନଙ୍କର ଭିଡ। ଭତା, ବିଦ୍ୟୁତ ସଂଯୋଗ ଠାରୁ ଆରମ୍ଭ କରି ଇତ୍ୟାଦି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରି ଚାଲିଛନ୍ତି ଯୁବ ସମାଜସେବୀ ବିନୟ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ଯୁବ ସମାଜସେବୀ ବିନୟ କୁମାର ନାଏକ ଙ୍କୁ ଜଣେ ଟୁଇଟର boy ଭାବରେ ସରକାରୀ ଏବଂ ବେସରକାରୀ ବିଭାଗରେ ତାଙ୍କନାମ ବେଶ୍ ଜଣାଶୁଣା ଏମିତି କି ରାଜ୍ୟ ଏବଂ ବାହାରେ ମଧ୍ୟ ବେଶ ଜଣାଶୁଣା ଲୋକ ଦୁଃଖ ଅସୁବିଧା ବିଷୟରେ ଆଲୋଚନା କରି ସରକାରଙ୍କୁ ଅବଗତ କରୁଥିବା ଟୁଇଟର ଜରିଆରେ ଏକ ବର୍ଷ ଭିତରେ ୪୦୦ ଲୋକଙ୍କ ର ସମସ୍ୟା ର ସମାଧାନ କରିଛନ୍ତି । ସମାଜ ସେବୀ ଟୁଇଟର boy ବିନୟ ଗଣମାଧ୍ୟମ ଏବଂ ଲୋକଲୋଚନ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଗଣମାଧ୍ୟାମରେ ପ୍ରକାଶ କରିଛନ୍ତି । ଯେ ଲୋଙ୍କ ଦୁଃଖ ଅସୁବିଧା ଏବଂ ଅସାହୟ ମାନଙ୍କରେ ସାଥି ହୋଇ ସମାଜ ସେବାରେ ନିଜକୁ ସମର୍ପଣ କରିଚାଲିଛନ୍ତି।
ଅସହାୟଙ୍କ ପାଇଁ ହେଲ୍ପ ଲାଇନ ସାଜିଛନ୍ତି ଟୁଇଟର ବଏ ବିନୟ କୁମାର ନାଏକ
ଆଜତକ ଓଡ଼ିଶା
0
Post a Comment