ଖରିଆର :(ଆଜତକ୍ ଓଡ଼ିଶା) ନୂଆପଡା ଜିଲ୍ଲା ଖରିଆର ବ୍ଲକ ଲୋହରାପାଲି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ଦଣ୍ଡସେନା ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଜିଲ୍ଲା କ୍ରୀଡାଶିକ୍ଷା ନିରୀକ୍ଷକ ମହେଶ କୁମାର ଦଣ୍ଡସେନା, ଅବସର ପ୍ରାପ୍ତ ଶିକ୍ଷକ ଆଦିତ୍ୟ ନାରାୟଣ ପଣ୍ଡା ଯୋଗଦେଇଥିଲେ । ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷୟତ୍ରୀ ମମତା ପତି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ଅତିଥି ମାନଙ୍କ ଦ୍ଵାରା ଲେବ୍ରୋଟୋରି ଉଦଘାଟନ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତା ରେ କୃତିକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଓ ସର୍ବାଧିକ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୌମ୍ୟ ରଞ୍ଜନ ରାଉତ, ଚିନ୍ମୟୀ ମାଝୀ, ଭାଗରଥୀ ଶବର, ସନ୍ତୋଷ କଠାର, ନରେଶ ବେହେରା, ଲୋକନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Post a Comment