ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ୪୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆପଡା,(ରିଖିରାମ ଦଳ) ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଆଜି ମହାବିଦ୍ୟାଳୟ ର ୪୫ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବାର୍ଷିକ ଉତ୍ସବରେ ମହାବିଦ୍ୟାଳୟ ଅଧକ୍ଷ ଡଃ ତରୁଣ ପ୍ରଧାନ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ ଶିକ୍ଷା କୁ ଆହୁରି କିପରି ବିକଶିତ କରିପାରିବା ସେ ଉପରେ ଛତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଶିଷ୍ଟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ସମ୍ମାନିତ ଅତିଥି ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ଥୁଆମୂଳ ରାମପୁର ମହାବିଦ୍ୟାଳୟ ଅଧକ୍ଷ ସତ୍ୟନାରାୟଣ ମୁଣ୍ଡଛୀନ୍ନା, ପରିଚାଳନା କମିଟି ସଭାପତି ବିଶ୍ୱଜିତ ପାଢୀ, ଅଧ୍ୟାପକ ଡଃ ପଦ୍ମଲୋଚନ ବର୍ମା ମଞ୍ଚାସିନା ଥିଲେ । ସଭା ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଅଧ୍ୟାପକ ୟାମିନ ଖାନ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ କଲା ପରିବେଷଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ସହ ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ନାଚ ର ତାଳେ ତାଳେ ତାଳ ମିଶାଇ ନାଚିଥିଲେ । ପରେ ପଶ୍ଚିମ ଓଡିଶା କଣ୍ଠଶିଳ୍ପୀ ଅର୍ଚନା ପାଢୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

Post a Comment

Previous Post Next Post