ନୂଆପଡା,(ରୀଖିରାମ ଦଳ) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ମାଁ ଗୁଜେନ ମାଉଳି ଜଳ ବିଭାଜିକା ପ୍ରକଳ୍ପ ଚଚରାଭଟା ଖଇରଭାଡ଼ି ତରଫରୁ ଚାଷୀ ଓ ମହିଳା ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ କରାଯାଇଛି।ଉଭୟ ଚଚରାଭଟା ଓ ଖଇରଭାଡ଼ି ଗ୍ରାମର ଆଠଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୪୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।ଏହି ଟଙ୍କାରେ ସେମାନେ ଛତୁ ଚାଷ, ବତକ ଚାଷ, ଛେଳି ଚାଷ, ମାଛ ଚାଷ, ପନିପରିବା ଚାଷ ଆଦି କରି ପାରିବେ ଓ ପରିବାର ପ୍ରତିପୋଷଣ କରି ପାରିବେ ବୋଲି କହିଛନ୍ତି।ସେହିପରି ୨୬ ଜଣ ଚାଷୀଙ୍କୁ ପିଆଜ ଚାଷ ପାଇଁ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି।ସେମାନେ ଆଉ ଦାଦନ ଯିବେନାହିଁ ଓ ଗାଁରେ ଚାଷ ବାସ କରି ରହିବେ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି।ଆଗକୁ ସମସ୍ତଙ୍କୁ ସବୁପ୍ରକାର ସହଯୋଗ କରାଯିବ ବୋଲି ସମ୍ପାଦକ ହରି ଟାହାଣୀ କହିଛନ୍ତି।

Post a Comment