କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦେଢ଼ଗାଁ ପଞ୍ଚାୟତ ଅନେକ ଏସ୍ଏଚଜି ଗ୍ରୁପ ମହିଳା ମାନେ ଏକ ନୂତନ ପ୍ରକାର ଡୋରମେଟ୍ ତିଆରି କରି ନିଜକୁ ସ୍ବାବଲମ୍ବୀ କରି ପାରିଛନ୍ତି ।ସେମାନେ ଏହି ଡୋରମେଟ୍ କୁ ନିକଟ ବଜାର ରେ ବିକ୍ରି କରି ନିଜକୁ ରୋଜଗାର କ୍ଷମ କରି ପାରିଛନ୍ତି । ସେହି ଅଞ୍ଚଲରେ ଅନେକ ପରିମାଣରେ ସେହି ଡୋରମେଟ୍ ର ଚାହିଦା ରହିଛି । କିଛି ଦିନ ଆଗରୁ ଦେଢ଼ଗାଁରେ ଚାଲିଥିବା ଗ୍ରାମ ସଭାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେଢ଼ଗାଁ ପଞ୍ଚାୟତ ସରପଞ୍ଚ ଯେସିଲ୍ ସେନାପତି ଯୋଗ ଦେଇଥିଲେ। ଯେସିଲ ସେନାପତି ଏସ୍ଏଚଜି ଗ୍ରୁପ ମହିଳା ମାନଙ୍କ ଦ୍ଵାରା ନିର୍ମିତ ଏହି ଡୋରମେଟ୍ ଦେଖି ଏହାକୁ ଲୋକାଲ ଠାରୁ ଗ୍ଲୋବାଲ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏବଂ ଆଗକୁ ଯେମିତି ଏହି ଡୋରମେଟ ଚାହିଦା ବଢିବ ସେଥି ପ୍ରତି କାର୍ଯ୍ୟରତ ରହିବି ବୋଲି କହିଥିଲେ । ଏହି ସଭାରେ ଦେଢ଼ଗାଁ ଏସ୍ଏଚଜି ଗ୍ରୁପ୍ ର ଏମ୍ବିକେ କୁମାରୀ, ଅବନୀ ଆଡ ଯୁଏଡ, ବଲ୍ ଦେବ ବାଗ, ସିଆରପି ଏବଂ ସମସ୍ତ ଏସ୍ଏଚଜି ଗ୍ରୁପ ମହିଳା ମାନେ ଉପସ୍ଥିତ ଥିଲେ।
Ad.....
Post a Comment