ବୌଦ୍ଧ ଜ଼ିଲ୍ଲାରେ ତେଜିଲା କ୍ରସର ବିରୋଧି ଆନ୍ଦୋଳନ


ବୌଦ୍ଧ (ହୃଦାନନ୍ଦ ମେହେର) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଖରଭୁଇଁ ଠାରେ ଗୋଟଏ ମାସରୁ ଉର୍ଦ୍ଧ୍ବ ହେବ କ୍ରସର୍ ବିରୋଧି ଆନ୍ଦୋଳନ ଥମିବାର ନାଁ ନେଉନଥିବା ବେଳେ ଆଜି ପୁଣି କ୍ରସର୍ ବିରୋଧି ଆନ୍ଦୋଳନ ଜୋର୍ ଧରିଛି । ବୌଦ୍ଧ ବ୍ଲକ୍ ଗୋଛlପଡା ପଞ୍ଚାୟତ କ୍ରସର୍ ରାସ୍ତାରେ ଗାଡି ଯାଉ ଥିବାରୁ ଚାଷଜମିର ବ୍ୟାପକ କ୍ଷୟକ୍ଷତି ହେଉଛି । ଯାହା ଫଳରେ ବିଜାପଦର ଓ ସିଆଁଲିମୁଣ୍ଡା ଗ୍ରାମବାସୀ ରାସ୍ତାରେ ଗାତ ଖୋଳି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । କ୍ରସର ବସିବା ହେତୁ କ୍ରସର ଗାଡି ଯିବା ଫଳରେ ଧୂଳି ଉଡ଼ୁଛି । ପ୍ରତ୍ୟେକ ଦିନ ୩୦ ରୁ ୪୦ ଟି ଗାଡି ଯାଉଛି । ଏଠି ୬ ରୁ ୭ଟି କ୍ରସର ବସିଛି l ଏହି ରାସ୍ତାରେ ପାଣି ଦେବାର ସୁବିଧା ନାହିଁ ।


ଛେଳି, ମେଣ୍ଢା ରୋଗୀଣା ହେବା ସହ ପୁରୁଷ ଓ ମହିଳା ମାନେ ମଧ୍ୟ ରୋଗ ଗ୍ରସ୍ତ ହୋଇ ଯାଉଛନ୍ତି । ବ୍ଲାଷ୍ଟିଙ୍ଗ ହେବା ଫଳରେ ନଳକୂପରୁ ଗୋଳିଆ ପାଣି ବାହାରୁଛି, ଘରର କାନ୍ଥ ଫାଟି ଆଁ କରୁଛି, ବ୍ଲାଷ୍ଟିଙ୍ଗ ର ଶବ୍ଦ ରେ ଲୋକ ମାନେ ରାତି ଶୋଇ ପାରୁନାହାଁନ୍ତି, ଶିଶୁ ମାନେ ଭୟଭୀତ ହେଉଛନ୍ତି । ୧୫ ବର୍ଷ ହେଲାଣି କ୍ରସର ହେବାର କିନ୍ତୁ କ୍ରସର ମାଲିକ ମାନେ ଆମର କଣ ସୁବିଧା କରିଛନ୍ତି । କ୍ରସର ଚାଲୁ କିନ୍ତୁ ଆମକୁ ଭଲ ପାଣି ଦରକାର । କ୍ରସର ର ଚାରି ପଟେ ବାଉଣ୍ଡ୍ରି ଦିଆଯାଉ ଯାହା ଫଳରେ ଗୁଣ୍ଡ ବାହାରକୁ ନ ଉଡ଼ୁ । ଯାହା ଫଳରେ ବିଜାପଦର୍ ଓ ସିଆଲିମୁଣ୍ଡା ଗ୍ରାମବାସୀ ରାସ୍ତା ରେ ଗାତ ଖୋଳି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଏହାର ସମାଧାନ ନ ହେଲେ ଆଗାମି ଦିନରେ ଏମିତି ଆହୁରି ଆନ୍ଦୋଳନ ଲାଗି ରହିବ ଏବଂ କ୍ରସର ବନ୍ଦ କରାଯିବ ବୋଲି ଗ୍ରାମବାସୀ କହୁଛନ୍ତି ।

Post a Comment

Previous Post Next Post