ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ାଉତ୍ସବ ଉଦଯାପିତ


ବୌଦ୍ଧ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ଉତ୍ସବ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ରାଜ କିଶୋର ପୃଷ୍ଟି ସଭାପତିତ୍ବ କରିଥିବା ବେଳେ,ମୁଖ୍ୟ ଅତିଥି ଭାବେ ୬ନମ୍ବର୍ ଜୋନ ଜିଲ୍ଲା ପରିଷଦ ସଭ୍ୟ କଳ୍ପନା ରାଣୀ ସାହୁ ଯୋଗଦେଇ ଛାତ୍ର ଛାତ୍ରୀ ମାନଂକୁ ଉଦବୋଧନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସ୍ଵାଧୀନ ବିଶ୍ବାଳ, ମୋ ସ୍କୁଲ ଅଭିଯାନ ସଭାପତି ରାଜ କୁମାର ପ୍ରଧାନ, ପରିଚାଳନା କମିଟି ସଦସ୍ୟ କୃତ୍ତିବାସ ପଲିଆ, କ୍ରୀଡ଼ା ଶିକ୍ଷକ ହିମାଂଶୁ ଶେଖର ମାଝୀ ମଞ୍ଚା ସିନ ଥିବାବେଳେ ବିଦ୍ୟାଳୟର ବାଣିଜ୍ୟ ଅଧ୍ୟାପକ ଜେନୀ ସାହୁ ମଞ୍ଚ ପରିଚାଳନା କରିଥିଲେ । ଖେଳ ଶିକ୍ଷକ ଭାବେ ଦଶରଥ ଭୋଇ, କୃଷ୍ନ ଚନ୍ଦ୍ର ସେଠୀ, ବନ୍ଦିତା ବିଶ୍ବାଳ ଖେଳ ପରିଚାଳନା କରିଥିଲେ । ଦୁଇଦିନିଆ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷାୟତ୍ରୀ ଦିଲ୍ଲୀପ କୁମର ନାଗ, ବାକଗୋପାଲ ନାଗ, ସୋନାଲିକା ଦାଶ, ଆରାଧନା ସାହୁ,ପ୍ରଜ୍ଞାପ୍ରକାସିନୀ ବେହେରା, ସୁଚିଶ୍ମିତା ସୁବୁଦ୍ଧି, ମୋନୋଜ କୁମାର ପ୍ରଧାନ, ବିମୋଲ ମଲ୍ଲିକ, ପ୍ରଣୟ କୁମାର ସାହୁ, କାର୍ତିକେଶ୍ୱର ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Post a Comment

Previous Post Next Post