ନେହେରୁ ଯୁବ କେନ୍ଦ୍ରର ଗ୍ରାମ୍ୟ କ୍ଳଷ୍ଟର ସ୍ତରୀୟ ସ୍ପୋର୍ଟସ ମିଟ


କଣ୍ଟାବାଞ୍ଜି/ତୁରେକେଲା : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ ଜବାହାରଲାଲ ନେହେରୁ ଆଦିବାସୀ କ୍ଲବର ମିଳିତ ଆନୁକୂଲ୍ୟରେ ଚଟୁଅନକା ଠାରେ ଗ୍ରାମ୍ୟ କ୍ଳଷ୍ଟର ସ୍ତରୀୟ ସ୍ପୋର୍ଟସ ମିଟ ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମ୍ୟ କ୍ଳଷ୍ଟର ସ୍ତରୀୟ ସ୍ପୋର୍ଟସ ମିଟରେ ଜବାହାରଲାଲ ନେହେରୁ ଆଦିବାସୀ କ୍ଲବର ସଭାପତି ସହଦେବ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୁବ ନେତା ତଥା ଏକ୍ସ କମାଣ୍ଡୋ ଗିରିରାଜ ସିଂ ମାଝୀ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ୱାର୍ଡ ମେମ୍ବର ପ୍ରତିନିଧି ମୋହନ ମାଝୀ, ଗାଁ ଗତିଆ ଦୁର୍ଯ୍ୟଧନ ମାଝୀ, ପୂର୍ବତନ ଫୁଡବଲ୍ ଖେଳାଳି ଚମ୍ବରୁ ମାଝୀ, ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ଜଗଦିଶ ବେହେରା ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ।
 
୨୯-୧୨-୨୦୨୨ ତାରିଖ ଦିନରେ ଉଦ୍ଘାଟନ ହୋଇ ତା ୩୧-୧୨-୨୦୨୨ରିଖ ଦିନ ଉଦଯାପିତ ହୋଇଯାଇଛି। ଦୌଡ଼,ଲମ୍ବ ଜମ୍ପ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦୌଡ଼ ପ୍ରତିଯୋଗିତାରେ ସିନିୟର ଗ୍ରୁପ ସୁଜଲ୍ ପଟେଲ ପ୍ରଥମ, ଦେବା ମାଝୀ ଦ୍ୱିତୀୟ, ନିବାସ ଦାସ ତୃତୀୟ , ଜୁନିୟର ଗ୍ରୁପ ରେ କଞ୍ଚନ ମାଝୀ ପ୍ରଥମ, ଖୀରସିନ୍ଧୁ ମାଝୀ ଦ୍ୱିତୀୟ, ନରେନ୍ଦ୍ର ମାଝୀ ତୃତୀୟ ସ୍ଥାନରେ ବିଜୟୀ ହୋଇଥିଲେ। ଲଙ୍ଗ ଜମ୍ବରେ ସୋନୁ ମାଝୀ ପ୍ରଥମ, ଜନକ ମାଝୀ ଦ୍ୱିତୀୟ, ଖିରାସନ୍ଧୁ ମାଝୀ ତୃତୀୟ ସ୍ଥାନରେ ବିଜୟୀ ହୋଇଥିଲେ। ଭୋଲିବଲ୍ ରେ କୈଳାଶ ଓ ଟିମ୍ ବିଜୟୀ ହୋଇଥିଲେ।


ପ୍ରଥମେ ଚଟୁଅନକା ଓ କୁର୍ଲୁବାହାଲ ମଧ୍ୟରେ ଫୁଟବଲ ମ୍ୟାଚ ସେମି ଫାଇନାଲ ହୋଇଥିଲା। ଏହି ମ୍ୟାଚରେ ଚଟୁଅନକା ୧.୦ ରେ କୁର୍ଲୁବାହାଲ କୁ ପରାସ୍ତ କରି ଫାଇନାଲ ପହଞ୍ଚିଥିଲେ। ଦ୍ୱିତୀୟ ସେମଫାଇନାଲରେ ଘନାମହୁଲ ଓ ବିଛିବାହାଲ ମଧ୍ୟରେ ମ୍ୟାଚ ହୋଇଥିଲା ଓ ଏହି ମ୍ୟାଚରେ ପ୍ଲାନ୍ଟିକ ରେ ଘନାମହୁଲ ବିଜୟୀ ହୋଇ ଫାଇନାଲ ପହଞ୍ଚିଥିଲେ। ଚଟୁଅନକା ଓ ଘନାମହୁଲ ମଧ୍ୟରେ ଫାଇନାଲ ହୋଇଥିଲା ଏଥିରେ ୩.୨ ପ୍ଲାନ୍ଟିକ ଗୋଲରେ ଚଟୁଅନକାକୁ ପରାସ୍ତ କରିଘନାମହୁଲ୍ ବିଜୟୀ ହୋଇଥିଲେ।


ଏହି ମ୍ୟାଚରେ ରେଫରି ଭାବେ, ଭାସ୍କର ଭୋଇ ଜ୍ୟୋତିରଞ୍ଜନ ପଣ୍ଡା, ଚୌଧରି ମାଝି ପରିଚଳନା କରିଥିଲେ। ନେହେରୁ ଆଦିବାସୀ କ୍ଲବ ଉପ ସଭାପତି ବିସିକେସନ ମାଝୀ ସ୍ୱାଗତ କରିଥିଲେ , ରାଇସିଂ ପୁଟେଲ ମଞ୍ଚ ପରିଚାଳନା କରିଥିଲେ, ସମ୍ପାଦକ ଜନକ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ସହ ସମ୍ପାଦକ କିଶୋର ମାଝୀ, କୋଷାଧ୍ୟକ୍ଷ ମୁଖରାମ୍ ମାଝୀ, ସଦସ୍ୟା ଦଶରଥ ମାଝୀ,ରୂପା ମାଝୀ,ରାଜ ମାଝୀ,ଅଭିମନ୍ୟୁ ଛତ୍ରିଆ,ତପନ ମାଝୀ, ଖିରସିନ୍ଧୁ ମାଝୀ, ଗୋବିନ୍ଦ ମାଝୀ, କୈଳାସ ଦାସ ନନ୍ଦ ମାଝୀ, ଦେବ୍ଚନ ମାଝୀ, ଝଜ ମାଝୀ, କ୍ରୀଷ୍ଣା ମାଝୀ, ବିଶାଳ ମାଝୀ,ଉତ୍ତମ କୈବର୍ତ୍ତ ପ୍ରେମ ମାଝୀ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।



Post a Comment

Previous Post Next Post