ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦ୍ଦାରୋଡ଼ ସିଦ୍ଧେଶ୍ୱର ମଇ ବିଦ୍ୟାଳୟର ୧୯୮୪ ବ୍ୟାଚ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଏକ ଭବ୍ୟ ବନ୍ଧୁ ମିଳନ ଉତ୍ସବ ଦୀନବନ୍ଧୁ ସେଠୀ, କମଳା କାନ୍ତ ଶୁର, ରୁଣ୍ଡୁ ହାସଦା, ଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୁରାତନ ଛାତ୍ର ତଥା ପ୍ରଧାନ ଶିକ୍ଷକ ରମେଶଚନ୍ଦ୍ର ଦାସ ଉକ୍ତ କାର୍ଯ୍ୟକ୍ରମ ରେ ସଭାପତିତ୍ଵ କରିଥିବା ବେଳେ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଞ୍ଚାନନ ଦାସ, ନିତ୍ୟାନନ୍ଦ ପ୍ରଧାନ ଯୋଗ ଦେଇ ସ୍କୁଲ ଛାତ୍ରଛାତ୍ରି ଙ୍କ ସହିତ ଅତିବାହିତ କରିଥିବା ବିଷୟର ଆଲୋକପାତ କରିଥିବା ବେଳେ, ୧୯୮୪ ବ୍ୟାଚ ର ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲ ଜୀବନୀ ଓ ନିଜର ବର୍ତ୍ତମାନ ଜୀବନ କିପରି ଅତିବାହିତ କରୁଥିବା ବିଷୟର ଆଲୋଚନା କରିଥିଲେ।ପୁରାତନ ଛାତ୍ର ଡାକ୍ତର ଦିଲ୍ଲୀପ ପାତ୍ର ଅତିଥି ପରିଚୟ କରିଥିବା ବେଳେ, ମିଲିରାଣି ଘୋଷ,ନାରାୟଣ ପଣ୍ଡା, ଅଜୟ କୁମାର ବେହେରା ପ୍ରମୁଖ ବିଦ୍ୟାଳୟର ଉନ୍ନତୀ କରିବା ସହିତ ସ୍ଥାନୀୟ ଅଞ୍ଚଳ ର ବିକାଶ କରିବାପାଇଁ ଆହ୍ଵାନ ଦେଇଥିଲେ। ପ୍ରତ୍ୟେକ ବର୍ଷ ବନ୍ଧୁ ମିଳନ ହୋଇପାରିଲେ ଭାବର ଆଦାନ ପ୍ରଦାନ ହେବା ସହିତ ,ବିପଦ ଆପଦ ବେଳେ ବନ୍ଧୁଟିଏ ସହାୟତା ର ହାତ ବଢାଇ ପାରିବ ବୋଲି ପୁରାତନ ଛାତ୍ରଛାତ୍ରୀ ମାନେ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଦୁଇଜଣ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଞ୍ଚାନନ ଦାସ, ସମ୍ମାନିତ ଅତିଥି ଶିକ୍ଷକ ପ୍ରସନ୍ନ ଦାସ , ନିତ୍ୟାନନ୍ଦ ପ୍ରଧାନଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୋଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ଅନ୍ତର୍ଯ୍ୟାମୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment