ଟିଟିଲାଗଡ଼ରେ ନୂତନ ଉପଜିଲ୍ଲାପାଳଙ୍କ କାର୍ଯ୍ୟରେ ଯୋଗଦାନ


ଟିଟିଲାଗଡ଼ (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡରେ ଦୀର୍ଘଦିନ ହେଲା ଉପଜିଲ୍ଲାପାଳ ପଦବୀ ଖାଲି ପଡିଥିଲା । ପ୍ରାୟ ଏକ ମାସ ହେବ ଟିଟିଲାଗଡ଼ର ତତ୍କାଳୀନ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପଦୋନ୍ନତି ପାଇ ସୁନ୍ଦରଗଡ଼ ଜିଲ୍ଲା ବଦଳି ହୋଇଯାଇଥିଲେ । ସେହି ଦିନ ଠାରୁ ଟିଟିଲାଗଡ଼ର ନବୀନ ଚନ୍ଦ୍ର ନାୟକ ଉପଜିଲ୍ଲାପାଳ ଭାବେ ଦେତ ଦାୟିତ୍ବରେ ଥିଲେ । ୨୦୦୬ ମସିହାର ଅଧିକାରୀ ଦୟାମୟ ପାଢ଼ୀ ଟିଟିଲାଗଡ଼ ଉପଜିଲ୍ଲାପାଳ ଭାବେ ତାଙ୍କର ଦାୟିତ ଭାର ଗ୍ରହଣ କରିଛନ୍ତି । ଶ୍ରୀ ପାଢ଼ୀ ଏହା ପୂର୍ବରୁ ଝାରସୁଗୁଡା ଠାରେ ଉପଜିଲ୍ଲାପାଳ ଭାବେ ସୁଚାରୁ ରୂପେ କାର୍ଯ୍ୟ କରୁଥିଲେ ।

Post a Comment

Previous Post Next Post