ଖଗଡାପାଳ ବସ୍ତିରେ ଜଲସା କାର୍ଯ୍ଯକ୍ରମ


ବାଲେଶ୍ବର (ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତ ଅଧିନସ୍ଥ ଖଗଡ଼ାପାଳ ଗ୍ରାମରେ ଖଗଡ଼ାପାଳ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଜଲସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ନାରୀନେତ୍ରୀ ଶ୍ରୀମତୀ ସୁବାସିନୀ ଜେନା ଯୋଗଦାନ କରି ସମସ୍ତଙ୍କୁ ପବିତ୍ର ଜଲସାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ , ୨୩ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା, ସାଉଡ଼ି ପଞ୍ଚାୟତ ପୂର୍ବତନ ସରପଞ୍ଚ ରଞ୍ଜିତା ଟୁଙ୍ଗ,ଅସ୍ତି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶାନ୍ତନୁ ଭଦ୍ର, ମଧୁପୁରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ମନ୍ମଥ ବାରିକ, ମହିଳା ନେତ୍ରୀ ସୁଲତା ନାୟକ,ବସ୍ତା ନିର୍ବାଚନ ମଣ୍ଡଳୀର ଡିଜିଟାଲ ସଂଯୋଜକ ପ୍ରମୁଖ ଯୋଗ ଦେଇଥିଲେ ।ଏହି କାର୍ଯ୍ଯକ୍ରମକୁ ଖଗଡାପାଳ ବସ୍ତିର ସେକ୍ ରବାନି,ସେକ୍ ଠକ୍ରା,ସେକ୍ ମାହ୍ଲ,ସେକ୍ ଜୋବାର,ସେକ୍ ଗୁଣ୍ତିଆ ସମେତ ବସ୍ତି ବାସିନ୍ଦା କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ପରିଶେଷରେ ଅନୁଷ୍ଠାନ ପକ୍ଷରୁ କବାଲି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

Post a Comment

Previous Post Next Post