ଧର୍ମପରାୟଣା ମହିଳା ସ୍ବର୍ଗତଃ ନିଆସୀମଣି ପାତ୍ରଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା  ବ୍ଲକ ପ୍ରତାପପୁର ପଞ୍ଚାୟତ ଅଧିନସ୍ଥ ପ୍ରତାପପୁର ଗ୍ରାମର ଶ୍ରୀଯୁକ୍ତ ମଧୁସୂଦନ ପାତ୍ରଙ୍କ ପତ୍ନୀ ତଥା ପ୍ରତାପପୁର ପଞ୍ଚାୟତର ସରପଞ୍ଚ ନିଆସୀମଣି ପାତ୍ରଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ନାରୀନେତ୍ରୀ ଶ୍ରୀମତୀ ସୁବାସିନୀ ଜେନା ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ ।ସ୍ବର୍ଗତଃ ପାତ୍ର ଜଣେ ସରଳ,ମିଷ୍ଟଭାଷୀ ଏବଂ ଧର୍ମପରାୟଣା ମହିଳା ଥିଲେ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଜେନା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ,ପ୍ରତାପପୁର ସମିତି ସଦସ୍ୟା କାବେରୀରାଣୀ ରାଉତ,ଯୁବନେତା ହାଡିବନ୍ଧୁ ରାଉତ,ପୂର୍ବତନ ସରପଞ୍ଚ ମନ୍ମଥ ଗିରି,ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା,ଯୁବନେତା ମୃତ୍ୟୁଞ୍ଜୟ ଗୋଚ୍ଛାୟତ,ସରୋଜ ଦାସ,ବେତଗଡିଆ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ଗିରି,ଜ୍ୟୋତି ପ୍ରକାଶ ଭୂୟାଁ ,ବିକାଶ ଜେନା,ନିତ୍ୟାନନ୍ଦ ଜେନା,ମହିଳା ନେତ୍ରୀ ସୁଲତା ନାୟକ,ପୂର୍ବତନ ସରପଞ୍ଚ ରଞ୍ଜିତା ଟୁଙ୍ଗ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ସ୍ବର୍ଗତଃ ପାତ୍ରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ସ୍ମୃତିଚାରଣ କରିଥିଲେ ।

Post a Comment

Previous Post Next Post