ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଦେଭୋଗସ୍ଥିତ ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଦ୍ବାରା ଆୟୋଜିତ "କାଳିଦାସସ୍ଯ ଜୀବନ ଦର୍ଶନମ୍" ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୌରାଙ୍ଗ ରାଉତ ସଭାପତିତ୍ବ କରିଥିଲେ ।ଏଥିରେ ଭୋଗରାଇ ଆର୍ .ଆଇ .ଏଚ୍. ଏସ୍ .ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ କାଳିଦାସଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଏନ୍ .ଏମ୍ ମହାବିଦ୍ୟାଳୟ ରୁପସା ର ପ୍ରାଧ୍ଯାପିକା ନିଳିମା ପାତ୍ର ଯୋଗଦେଇ କାଳିଦାସଙ୍କ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ ।ସଂସ୍କୃତ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରୀ ରୁଚିସ୍ମିତା ଜେନା,ଲୋପାମୁଦ୍ରା ଦାସ,ଅର୍ପିତା ବାରିକ,ପୂଜାରାଣୀ ରାଉତ,,ସୋହାନୀ ଦତ୍ତ ଓ ଅନ୍ୟାନ୍ନ ଛାତ୍ରଛାତ୍ରୀ ମାନେ ସଦ୍ଧର୍ଭ ପାଠ କରିଥିଲେ ।ଡି.ଇ.ଓ. ତଥା କନିଷ୍ଠ କିରାଣୀ ବିଜୟ କୁମାର ନାୟକ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । ସଂସ୍କୃତ ବିଭାଗର ଅଧ୍ଯାପକ ଦେବାଶିଷ ଦାର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ଯକ୍ରମରେ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Post a Comment