ଗାଁସାଥି ଏବଂ ଜିଆରଏସ ଙ୍କ ମଧୁ ଚନ୍ଦ୍ରିକାରେ ଲୁଟ ହେଉଛି ମନରେଗା ଅର୍ଥ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ମନରେଗା ଅର୍ଥାତ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଯାହା କେନ୍ଦ୍ର ସରକାରଙ୍କ ଏକ ମହତ୍ୱକାଂକ୍ଷୀ ଯୋଜନା ଅଟେ । ଗ୍ରାମାଞ୍ଚଳର ରାସ୍ତା ଘାଟ ନିର୍ମାଣ , ପୋଖରୀ ଖୋଳା, ନାଳ ଓ ନଦୀ ଖୋଳା ସହିତ ବନ୍ଦ ନିର୍ମାଣ, ବନିକରଣ ଆଦି କାମରେ ଯେପରି ପଞ୍ଚାୟତ ର ଲୋକଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ଯୋଗାଯାଇପାରିବ ସେଥିପାଇଁ ସରକାର ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା ପଞ୍ଚାୟତ କୁ ପ୍ରଦାନ କରିଥାନ୍ତି । ମାତ୍ର ଯଦି ତୃଣ ମୂଳ ସ୍ତରରେ ଏହି କାର୍ଯ୍ୟକୁ ସଠିକ ରୂପେ ଅନୁସନ୍ଧାନ ଵା ପର୍ଯ୍ୟବେକ୍ଷଣ କରାନଯାଏ ତେବେ ଏଥିରେ ଦୁର୍ନୀତିର ଗନ୍ଧ ବାହାରିବା ସ୍ୱାଭାବିକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲିକୁଟି ପଞ୍ଚାୟତର ମହାବଳା ଗ୍ରାମର ମନରେଗା ଯୋଜନାରେ । କୋଷ୍ଟ କେନାଲ ପୁନଃରୁଦ୍ଧାର ନାମରେ ଗୋଟିଏ କିଲୋମିଟର ମଧ୍ୟରେ ପାଞ୍ଚଟି ପ୍ରକଳ୍ପ କରି ପଚାଶ ଲକ୍ଷ୍ୟ ଟଙ୍କାର ପ୍ରକଳ୍ପ ମୂଲ୍ୟରୁ ତିରିଶ ଲକ୍ଷ୍ୟ ଟଙ୍କାର ସଠିକ ଭାବରେ କାର୍ଯ୍ୟ ନକରିବା ଏବଂ ନଡ଼ିଆ ଚାରା ରୋପଣ ନାମରେ ଦୁଇଟି ପ୍ରକଳ୍ପ ଷୋହଳ ଲକ୍ଷ୍ୟ ଅଶି ହଜାର ମୂଲ୍ୟର କାର୍ଯ୍ୟ ଚାଲୁଥିଲା ବେଳେ ଅଧିକାଂଶ ନଡ଼ିଆ ଗଛର ସୁରକ୍ଷା ବାଢ ନରହିବା ଏବଂ କିଛି ଗଛ ଗୁଡିକ ଶୁଖିଯିବା ଉଭୟ ପ୍ରକଳ୍ପର ଫଳାଫଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ହାତଵାରିସି କରି ଗାଁ ସାଥି ଏବଂ ଜିଆରଏସ କାମ କରୁନଥିବା କିଛି ପୁରୁଷ ଏବଂ ମହିଳାଙ୍କ ନାମରେ ମଜୁରୀ ପକାଇ ଉଭୟ ସରକାରୀ ଟଙ୍କା କୁ ଆତ୍ମସାତ କରିଛନ୍ତି । କେନ୍ଦ୍ର ସରକାରଙ୍କ ମନରେଗା ୱେବସାଇଟରୁ ଜବ କାର୍ଡ ଏବଂ ମାଷ୍ଟର ରୋଲ କୁ ଦେଖିଲେ ଏହା ସ୍ପଷ୍ଟ ଅନୁମେୟ ହେଉଛି ଯେ ସରକାରୀ ବାବୁ ଦ୍ୱୟ ବିଭିନ୍ନ ଚଞ୍ଚକତା କରି ପଞ୍ଚାୟତକୁ ଶାସନ କରୁଥିବା ଦଳର କିଛି ଦଳୀୟ କର୍ମୀ ଏବଂ ତାଙ୍କ ସ୍ତ୍ରୀ , ମହାବଳା ଛକ ନିକଟରେ ଥିବା ବ୍ୟାଙ୍କ ମିତ୍ରଙ୍କ ନାମ ସହିତ ପ୍ରକଳ୍ପ ହେଉଥିବା ସ୍ଥାନୀୟ କିଛି ଲୋକଙ୍କ ନାମରେ ମିଥ୍ୟା ମଜୁରୀ ପକାଯାଇ ସରକାରୀ ଅର୍ଥକୁ ସେମାନଙ୍କ ମଧ୍ୟରେ ବାଣ୍ଟି ନିଜେ ମଧ୍ୟ ସରକାରୀ ଅର୍ଥକୁ ହଡ଼ପ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ହେଉଛିକି ଯେ ଉକ୍ତ ପ୍ରକଳ୍ପରେ କାମ କରୁଥିବା ମହାବଳା ଗ୍ରାମର ଗାଁ ସାଥି ପ୍ରଦୀପ ଜେନା ନିଜ ସ୍ତ୍ରୀ ବନଶ୍ରୀ ଜେନାଙ୍କ ନାମରେ ଯିଏକି ଏକ ଏନଜିଓ ଅଧୀନରେ ଚାକିରୀ କରୁଥିବା ବେଳେ କାମ କରୁଥିବା ଦର୍ଶାଇ ଶ୍ରମ ବାବଦରେ କୋଡିଏ ହଜାରରୁ ଅଧିକ ଟଙ୍କାକୁ ହଡପ କରିଛନ୍ତି ।

 ଜିଆରଏସ ବିଶ୍ୱନାଥ ପ୍ରତାପ ନାୟକ ଯିଏକି ପୂର୍ଵରୁ ଏହି ବାଲିକୁଟି ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି କରି ପଞ୍ଚାୟତ ରୁ ବିଦା ହୋଇ ପାଖ ପଞ୍ଚାୟତ ବଣିଆଡିହାକୁ ସ୍ଥାନାନ୍ତରିତ ହୋଇଥିବା ସମୟରେ ସେଠାରେ ମଧ୍ୟ ସେ ସମୟରେ ଭଅଁରେସ୍ୱର ଗ୍ରାମର ଗାଁ ସାଥି ପ୍ରଶାନ୍ତ କୁମାର ଜେନା, ତାଙ୍କ ସ୍ତ୍ରୀ କାଞ୍ଚନ ଜେନା ଏବଂ ସାନ ଭାଇ ସୁଶାନ୍ତ କୁମାର ଜେନା ଯିଏକି ଲଙ୍ଗଳେଶ୍ଵର ମହାବିଦ୍ୟାଳୟରେ ଜଣେ କର୍ମଚାରୀ ହିସାବରେ ଚାକିରୀ କରୁଥିବା ବେଳେ ଉଭୟ ମନରେଗାରେ ମାଟି କାମ କରୁଥିବା ଦର୍ଶାଇ ଚାଳିଶ ରୁ ପଚାଶ ହଜାର ଟଙ୍କା କୁ ଆତ୍ମସାତ କରିବାରେ ସହଯୋଗ କରି ନିଜେ ମଧ୍ୟ ଅର୍ଥ ହଡପ କରିଥିବା ବେଳେ ପୁଣି ଏବେ ବାଲିକୁଟି ପଞ୍ଚାୟତ କୁ ଆସି ତାଙ୍କର କଳା କାରନାମା ଆରମ୍ଭ କରି ସାରିଛନ୍ତି । ପଞ୍ଚାୟତରେ ବହୁ ଜବ କାର୍ଡ ଧାରୀ ଥିଲାବେଳେ ଜବ କାର୍ଡ ଧାରୀଙ୍କୁ ସଚେତନ ନ କରାଇଵା, ସଠିକ ଭାବରେ ଜବ କାର୍ଡ ଧାରୀଙ୍କ ଖାତାରେ ଉପସ୍ଥାପନା ନ ପକାଇବା, ଷାଠିଏ ବର୍ଷରୁ ଉର୍ଦ୍ଧ ଏବଂ କାମ କରୁନଥିବା ବ୍ୟକ୍ତି ଙ୍କ ନାମରେ ମିଥ୍ୟା ମଜୁରୀ ପକାଇ ଟଙ୍କା ଉଠିବା, ପ୍ରକଳ୍ପର କାର୍ଯ୍ୟ କୁ ସଠିକ ଭାବରେ ନ ଦେଖିବା ଆଦି ଉଭୟ ଗାଁ ସାଥି ଏବଂ ଜିଆରଏସ ଙ୍କ ମଧୁଚନ୍ଦ୍ରିକାର ଫଳ ଯାହା ପଞ୍ଚାୟତ ବିକାଶରେ ବାଧା ସୃଷ୍ଟି କରୁଛି। ତେବେ ବାଲିକୁଟି ପଞ୍ଚାୟତର ମନରେଗା ଯୋଜନାରେ ଏଭଳି ଦୁର୍ନୀତି ଲୋକ ଲୋଚନକୁ ଆସିବାରୁ ଉଭୟ ଗାଁ ସାଥି ଏବଂ ଜିଆରଏସ ଙ୍କୁ ଆଇନ ଅନୁଯାଇ ଦଣ୍ଡିତ କରବା ପାଇଁ ସୂଚନା କର୍ମୀ ରାଜକିଶୋର ପାତ୍ର ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରିବା ସହିତ ଜିଲ୍ଳା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି।

Post a Comment

Previous Post Next Post