ହରଭଙ୍ଗା, (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲା ଦେଇ- ଯାଉଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ନିର୍ମାଣ କୁ ନେଇ ଗ୍ରାମବାସୀ ଙ୍କ ଅସନ୍ତୋଷ ର ଦାନା ବନ୍ଧୁଥିବା ଜଣାପଡିଛି । ଏପରିକି ବୁଧବାର ଦିନ ଉକ୍ତ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ଗ୍ରାମବାସୀ ଙ୍କ ଦାବିପତ୍ର ଅନୁଯାୟୀ ଯେ ହରଭଙ୍ଗା ବ୍ଲକ ବିରାମଚନ୍ଦ୍ର ପୁର ଗ୍ରାମ ଟି ଜିଲ୍ଲା ସର୍ବପୁରାତନ ଗ୍ରାମ ହୋଇଥିବା ବେଳେ ଗ୍ରାମରେ ୫୦ ଏକର ଆୟତନ ବିଶିଷ୍ଟ ଜଳାଶୟ ବା (ବନ୍ଧ ) ରହିଛି ।ଉକ୍ତ ଗ୍ରାମ ରେ ପ୍ରାୟ 5 ହଜାର ଲୋକ ବସବାସ କରୁଥିବା ବେଳେ ଉକ୍ତ ଜଳାଶୟ ଉପରେ ଗ୍ରାମର ପାଖାପାଖି 80 ପ୍ରତିଶତ ଲୋକ ଚାଷ, ଭଳି ନିଜର ଦୈନନ୍ଦିନ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଚଳନ୍ତି । ଦେଖିବାକୁ ଗଲେ ଉକ୍ତ ଜଳାଶୟ ଟି ଚାଷ କ୍ଷେତ୍ର ରେ ୨୫ଶହ ଏକର ଜମି କୁ ଜଳ ଯୋଗାଇବାରେ ସମକକ୍ଷ ହୋଇପାରୁଥିବା ବେଳେ ବର୍ତ୍ତମାନ ନିର୍ମାଣ ଧୀନ ଖୋର୍ଦ୍ଧା-ବଲାଙ୍ଗୀର ରେଳ ରାସ୍ତା ପୋଖରୀ ମଧ୍ୟ ଦେଇ ଯାଉଥିବାରୁ ଜଳାଶୟ କୁ ସଙ୍କଟ ଦେଖା ଦେଇଛି ।
ରେଳ ବିଭାଗ ଯୋଜନା ଅନୁଯାୟୀ ବିନା ପୋଲ ନିର୍ମାଣ ରେ ଜଳାଶୟ କୁ ପୋତି ରେଳ ରାସ୍ତା ତିଆରି କରାଯିବ । ଫଳରେ ଉକ୍ତ ଜଳାଶୟ ଟି ସମ୍ପୂର୍ଣ୍ଣ ଭାବେ ପୋତି ହେବାସହ ଚାଷୀ ଓ ଗ୍ରାମବାସୀ ମାନେ ଅସୁବିଧାରେ ସମ୍ମୁଖୀନ ହେବା ସହ ଉକ୍ତ ଅଂଚଳ ର ପରିବେଶ ଖରାପ ହୋଇ ଚାଷ ଜମି ସବୁ ମରୁଭୂମି ପାଲଟି ଯିବ ବୋଲି ଗ୍ରାମବାସୀ ମାନେ ଦାବି ରଖିଥିବା ଜଣାପଡିଛି । ରେଳ ବିଭାଗର ମନମୁଖୀ କାର୍ଯ୍ୟ ଯୋଗୁ ସରକାର ଙ୍କ ବିରୋଧି ହେବା ପାଇଁ ଗ୍ରାମବାସୀ ଙ୍କ ଭିତରେ ଧୀରେ ଧୀରେ ଦାନା ବନ୍ଧୁଚି । ତେଣୁ ଜଳାଶୟ ର ଏପାଖରୁ ,ସେପାଖ ପର୍ଯ୍ୟନ୍ତ ପୋଖରୀ ଉପରେ ରେଳ ବିଭାଗ ପୋଲନିର୍ମାଣ କରି ଉକ୍ତ ଜଳାଶୟ କୁ ସୁରକ୍ଷା ଦିଆଯାଉ ବୋଲି ଦାବି ପତ୍ର ଉଲ୍ଲେଖ ରହିଛି । ନଚେତ ଆଗାମୀ ଦିନରେ ବାଧ୍ୟହୋଇ ରାଜରାସ୍ତା କୁ ଗ୍ରାମବାସୀ ଓଲ୍ହାଇ ବୁ ବୋଲି ଚେତାବନୀ ଦେଇଛନ୍ତି ।
Post a Comment