ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବଡାଲି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବଡାଲି ଗାଁ ଖେଳ ପଡିଆ ନିକଟ ଏକ ସାଗୁଆନ ଗଛରେ ଜଣେ ୭ବର୍ଷ ବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବାଳକର ମୃତଦେହଟି ଏକ ସାଗୁଆନ ଗଛରେ ଝୁଲନ୍ତା ଅବସ୍ଥାରେ କିଛି ଗାଁ ଲୋକ ଦେଖିବା ପରେ ପରିବାର ଲୋକ ତଥା ପୋଲିସ କୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳକୁ ଆସି ବାଳକର ମୃତଦେହକୁ ଗଛରୁ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ପଠାଇଛି ।  ଆଜି ସକାଳୁ ଏହି ବାଳକଟି ଟିଉସନ ଯିବା ପାଇଁ ଘରୁ ବାହାରି ଯାଇଥିଲା ହେଲେ ଆଉ ଘରକୁ ଫେରି ନ ଥିଲା । ପରେ ଗାଁଲୋକ ଗାଁ ଖେଳପଡିଆ ନିକଟରେ ଏକ ସାଗୁଆନ ଗଛରେ ବାଳକଟିର ଝୁଲନ୍ତା ମୃତଦେହ ଦେଖିଥିଲେ । ତେବେ ମୃତ୍ୟୁର କାରଣ କିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ଶବକୁ ଜବତ କରି ଅନୁସନ୍ଧାନ ଜାରୀ ରଖିଛି ।

Post a Comment

Previous Post Next Post