ଭେଳା ନିକଟ ବିଜୁ ଏକ୍ସପ୍ରେସ ୱେ ରେ ଦୁର୍ଘଟଣା,ଦୁର୍ଘଟଣାରେ ବୃଦ୍ଧ ଙ୍କ ଗୋଡ ଭାଙ୍ଗିଲା


ନୂଆପଡା,(ପରମେଶ୍ଵର ମେହେର) କୋମନା ଥାନା ଭେଳା ନିକଟ ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା।। ସୂଚନା ଅନୁସାରେ ପଞ୍ଚାୟତ ରାଜ ବିଭାଗ ଓଡ଼ିଶା ସରକାର ବୋଡ଼େନ ବ୍ଲକ୍ ଲେଖା ଥିବା କମାଣ୍ଡର(ଓଡ଼ି-୨୬ ୬୩୬୪) ଗାଡ଼ି ନୂଆପଡା ରୁ ବୋଡ଼େନ କୁ ବିଜୁ ଏକ୍ସପ୍ରେସ ୱେରେ ଯାଉଥିଲା।। ସେହି ସମୟରେ କୋମନା ର ନାରାୟଣ ପାତ୍ର (୬୫) କୌଣସି କାମରେ ଛତା ଗ୍ରାମ କୁ ଏକ ବାଇକ୍ (ଓଡ଼ି ୨୬ ଏ ୭୫୫୭) ଯୋଗେ ଯାଉଥିଲେ ସେହି ସମୟରେ ଭେଳା ନିକଟ ବିଜୁ ଏକ୍ସପ୍ରେସ ୱେରେ ତାଙ୍କ ବାଇକ୍ ସହିତ ଧକ୍କା ହୋଇଥିଲା।।ଯାହା ଫଳରେ ବୃଦ୍ଧ ଙ୍କର ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ମିଳିଛି।।ଦୁର୍ଘଟଣା ଘଟାଇଥିବା ଗାଡ଼ି ଟି ବୋଡ଼େନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସରକାରୀ ଗାଡ଼ି ବୋଲି ଜଣା ପଡିଛି।।ଢୋର୍ଲ୍ଲାମୁଣ୍ଡା ସରପଞ୍ଚ ପ୍ରତିନିଧି ନାଥ ମାଝୀ ଓ କୋଟ୍ରୀବାହାଲ ଗାଁ ର ସୁନାମ କୁମ୍ଭାର, ହରେରାମ ନିଆଲ ଉକ୍ତ ରାସ୍ତା ଦେଇ ଯାଉଥିବା ସମୟରେ ଦୁର୍ଘଟଣା କୁ ଦେଖି ଘଟଣା ସ୍ଥଳରେ ଅଟକି ଯାଇଥିଲେ।।ପରେ ଗୁରୁତର ଅବସ୍ଥାରେ ସେଠାରୁ ବୃଦ୍ଧଙ୍କୁ ଉଦ୍ଧାର କରି ଭେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ।। ଗୁରୁତର ଅବସ୍ଥାରେ ବୃଦ୍ଧ ଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ତାନାତରିତ କରାଯାଇଥିବା ଜଣାପଡ଼ିଛି ।

Post a Comment

Previous Post Next Post