ହରଭଙ୍ଗା : (ସୁଶାନ୍ତ କୁମାର ବେହେରା )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ସ୍ଥିତ ନର୍ସରୀ ଠାରେ ଜଙ୍ଗଲ କୃଷି ଚାଷିଙ୍କୁ ଅର୍ଥ ରାଶି ବନ ଏବଂ ବନ କର୍ମଚାରୀଙ୍କୁ ସମ୍ବଦ୍ଧିତ କରିବା ଉଦେଶ୍ୟରେ ଏକ ସମ୍ବଦ୍ଧିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଗଛ ଲଗାଇଥିବା ଚାଷୀ , ଅଧିକାରୀ ଓ କର୍ମଚାରୀଙ୍କୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ କୃତଜ୍ଞିା ଜ୍ଞାପନ କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବନ୍ୟ ଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଥିବାରୁ ନିଜ ନିଜ ଦାୟିତ୍ୱବୋଧ ଉପରେ ସଚେତନ ହୋଇ ବନ୍ୟ ଜନ୍ତୁଙ୍କ ସୁରକ୍ଷା ଓ ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ଅମାତ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥି ସହିତ ସଫଳ ଚାଷୀ ମାନଙ୍କୁ ପ୍ରାତ୍ସାହନ ଦିଆଯିବା ସହିତ ଚାଷୀ ସ୍ୱାବଲମ୍ବି ହେବା ପାଇଁ ବିଭିନ୍ନ ଚାରା ଯୋଗାଇ ଦିଆଯାଉଛି ବୋଲି ବକ୍ତବ୍ୟରେ କହିଥିଲେ । ସଭା ଆରମ୍ଭରେ ସହକାରୀ ବନସଂରକ୍ଷକ ବୌଦ୍ଧ ଜିତେନ୍ଦ୍ର କୁମାର ବେହେରା ସ୍ୱାଗତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଜିଲାରେ ବନିକରଣ ପାଇଁ ବିଭିନ୍ନ ବିଭାଗରେ ଭଲ କାମ କରିଥିବା ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା , ଅଧିକାରୀ, କର୍ମଚାରୀ ସେମାନଙ୍କୂୁ ନିଜ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ । କେନ୍ଦୁପତ୍ର ବିଭାଗର ଡିଏଫଓ ଅରବିନ୍ଦ ମହାନ୍ତୀ ଯୋଗଦେଇ ନିଜ ବକ୍ତବ୍ୟରେ ସମାଜିକ ବନିକରଣ ଉପରେ ଗୁରୁତ୍ୱ ଦେବା ସହିତ ଅଧିକ ସଂଖ୍ୟାରେ ଗଛ ଲଗାଇବା ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବୌଦ୍ଧ, କଂଟାମାଳ ଓ ମନମୁଣ୍ଡା କ୍ଷେତ୍ରାଳରେ ଅର୍ନ୍ତଭୁକ୍ତ ହୋଇଥିବା ଜଙ୍ଗଲ କୃଷି ଚାଷୀମାନଙ୍କ ଏକ ପ୍ରାମାଣିକ ଚଳଚିତ୍ର କାର୍ଯ୍ୟକ୍ରମ ପାୱାର ପ, ମାଧ୍ୟରେ ଉପସ୍ଥାପିତ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ବନ ସୁରକ୍ଷାର ସମିତିର ସଭ୍ୟ ହରପ୍ରସାଦ ପଣ୍ଡା, ପାଣ୍ଡୁ ଭୋଈ, ସୌମ୍ୟରଂଜନ ପଟନାୟକ, କୃଷ୍ନଚନ୍ଦ୍ର ରଣା, ପିତାମ୍ବର ଭୋଇ , ପରକ୍ଷିତ ଭୋଇ, ନିହାର ରଂଜନ ବସ୍ତଆ, ପ୍ରମୋଦ ମଲିକ, ଶ୍ରୀକାନ୍ତ ବେହରାଙ୍କୁ ସମୁଦାୟ ୨ ଲକ୍ଷ ୯୫ ହଜାର ୩୨୦ ଟଙ୍କା ଅର୍ଥ ରାଶି ବଟଂନ କରାଯାଇଥିଲା ଏବଂ ପରର୍ବି ପର୍ଯ୍ୟାୟରେ ପିପିପି ମୋଡରେ ବକେୟା ଅର୍ଥ ରାଶି ସମୁଦାୟ ୨୦ ଲକ୍ଷ ୯୨ ହଜାର ୬୪ ଟଙ୍କା ପ୍ରଦାନ କରିବାର ଅଛି । ଫରେଷ୍ଟର ପ୍ରକାଶ ଚନ୍ଦ୍ର ସେଠୀ, ସ୍ୱାଧିନ କୁମାର ସାମଲ , ଗୋବର୍ଦ୍ଧନ ମେହେର ଓ ଫରେଷ୍ଟଗାଡ ରମାକାନ୍ତ ପାଣିଗ୍ରାହୀ , ବେବି ମିଶ୍ର , ରଞିତ କୁମାର ପ୍ରଧାନ , ଓ ଜୁନିୟର କ୍ଳର୍କ ରାକେଶ କୁମାର ପ୍ରଧାନ, ଡାଟା ଏ୍ରି ଅପରେଟର ପ୍ରଦିପ କୁମାର ମହାକୁଲଙ୍କୁ ମୁଖ୍ୟ ଅତିଥି ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଶିବଦତ ଅଗସ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

Post a Comment